www.samajalive.in
Monday, December 8, 2025
14.1 C
Bhubaneswar

ହିନ୍ଦୁ ନବବର୍ଷ ; ମଙ୍ଗଳ ରାଜା,ଶନି ମହାମନ୍ତ୍ରୀ, ଦେଶରେ ପଡିକ କି ପ୍ରଭାବ..

ହିନ୍ଦୁ ପଞ୍ଜିକା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ନବବର୍ଷ। ଚଳିତ ବର୍ଷ ମଙ୍ଗଳବାର ୯ ଏପ୍ରିଲ ୨୦୨୪ରେ ମଧ୍ୟ ଚୈତ୍ର ନବରାତ୍ରୀ ଆରମ୍ଭ ହେବ। ମାନ୍ୟତା ଅନୁଯାୟୀ, ହିନ୍ଦୁ ନବବର୍ଷରେ ରାଜା ଓ ମହାମନ୍ତ୍ରୀ ମଧ୍ୟ ଏହି ଦିନ ନିଶ୍ଚିତ ହୋଇ ଥାଆନ୍ତି। ପ୍ରାଚୀନ ମାନ୍ୟତା ଅନୁଯାୟୀ, ହିନ୍ଦୁ ନବବର୍ଷ ଯେଉଁ ଦିନ ପ୍ରାରମ୍ଭ ହେବ, ସେହି ଦିନ ଯେଉଁ ବାର ହୋଇଥାଏ ସେହି ବାରର ସ୍ୱାମୀ ହିଁ ରାଜା ବୋଲି କୁହାଯାଏ। ହିନ୍ଦୁ ନବବର୍ଷ ଆରମ୍ଭ ହେବା ପରେ ଯେଉଁ ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରି ଥାଆନ୍ତି ଅର୍ଥାତ  ମେଷ ସଂକ୍ରାନ୍ତି ହୋଇଥାଏ,ସେହି ଦିନର ସ୍ୱାମୀଙ୍କୁ ମହାମନ୍ତ୍ରୀ କୁହାଯାଏ।
ଜ୍ୟୋତିଷ ଶାସ୍ତ୍ର ନିୟମାନୁସାରେ ଚଳିତ ବର୍ଷ ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ମଙ୍ଗଳବାର ଦିନ। ତେଣୁ ମଙ୍ଗଳ ହିନ୍ଦୁ ନବବର୍ଷର ରାଜା। ସୂର୍ଯ୍ୟଦେବତା ଶନିବାର ଦିନ ମେଷ ରାଶିରେ ପ୍ରବେଶ କରିବେ। ତେଣୁ ଶନିଦେବତା ମହାମନ୍ତ୍ରୀ। ଜ୍ୟୋତିଷ ଶାସ୍ତ୍ରରେ ଉଭୟ ଗ୍ରହଙ୍କୁ ଉଗ୍ର ଗ୍ରହ ବୋଲି କୁହାଯାଏ। ରାଜା,ମନ୍ତ୍ରୀଙ୍କ ସ୍ୱଭାବ କେବଳ ୧୨ ରାଶିରେ ନୁହେଁ ବରଂ ଦେଶରେ ମଧ୍ୟ ପଡିବ। ଜ୍ୟୋର୍ତିବିଦଙ୍କ ମତାନୁଯାୟୀ, ମଙ୍ଗଳ ହିନ୍ଦୁ ନବବର୍ଷର ରାଜା। ତେଣୁ ଅନେକ ଶକ୍ତ ନିଷ୍ପତ୍ତି ହେବା ମଧ୍ୟ ଦେଖାଯିବ। କ୍ରାନ୍ତିକାରୀ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ମଙ୍ଗଳଙ୍କ ସ୍ୱଭାବ ନେତୃତ୍ୱକାରୀ। ଏହାସହ ସାହସପୂର୍ଣ୍ଣ ନିର୍ଣ୍ଣୟ ନିଆଯାଏ।
ମଙ୍ଗଳ ଓ ଶନିଙ୍କ ନେତୃତ୍ୱରେ ଦେଶର ସୀମାରେ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଶ୍ୱରେ ଦେଶରେ ସମ୍ମାନ ବୃଦ୍ଧି ହେବ।ଅନେକ ସମସ୍ୟା ପରେ ମଧ୍ୟ ଦେଶରେ ଉନ୍ନତି ହେବ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories