www.samajalive.in
Saturday, December 6, 2025
19.1 C
Bhubaneswar

୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

ଡେସ୍କ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିଅସ ରହିଛି। ସେହିପରି ବୌଦ୍ଧରେ ୪୪.୫ ଡିଗ୍ରୀ ଏବଂ ନୂଆପଡା ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ବିଜେପି ତାଲିକାରେ ନାହିଁ ବ୍ରିଜ ଭୂଷଣଙ୍କ ନାଁ, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ହେଲା କି ଅଡୁଆ!

- Advertisement -

ସୂଚନା ଅନୁଯାୟୀ, ରାଜ୍ୟର ୧୨ଟି ସହରରେ ଦିନ ତାପମାତ୍ରା ଆଜି ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୨ ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୪୩.୮, ଯାଜପୁର, ସମ୍ବଲପୁର, ହୀରାକୁଦ ଓ ଟିଟିଲାଗଡ଼ରେ ୪୩.୬, ଝାରସୁଗୁଡ଼ା ଓ ତାଳଚେରରେ ୪୩.୫, ଢେଙ୍କାନାଳରେ ୪୩.୧, ନୟାଗଡରେ ୪୨.୮, ଭବାନୀପାଟଣାରେ ୪୨.୬, ମାଲକାନଗିରିରେ ୪୨.୫, ସୁନ୍ଦରଗଡ଼, ରାଉରକେଲା ଓ ସୋନପୁରରେ ୪୨.୩, ପାରଳାଖେମୁଣ୍ଡି ଓ ଖୋର୍ଦ୍ଧାରେ ୪୨, କେନ୍ଦୁଝରରେ ୪୧.୮, ଚାନ୍ଦବାଲିରେ ୪୧.୭, ଭଦ୍ରକରେ ୪୧.୫, ବରଗଡ଼ରେ ୪୧.୪, ଫୁଲବାଣୀରେ ୪୧.୨, କେନ୍ଦ୍ରାପଡା ଓ ରାୟଗଡାରେ ୪୧, କଟକରେ ୪୦.୮, ଭୁବନେଶ୍ୱର ଓ ଛତ୍ରପୁରରେ ୪୦.୫, ନବରଙ୍ଗପୁରରେ ୪୦.୨ ଓ ଦେଓଗଡ଼ରେ ୪୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories