www.samajalive.in
Sunday, December 7, 2025
26.1 C
Bhubaneswar

ସମନ୍ଵୟ ରହିଲେ ସଫଳ ଓ ତ୍ରୁଟିଶୂନ୍ୟ ହେବ ରଥଯାତ୍ରା

ଡେସ୍କ: ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରାକୁ ତ୍ରୁଟି ଶୂନ୍ୟ କରିବା ନିମନ୍ତେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ସହ ଆଜି ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

୨୦୧୯ର ଲୋମଟାଙ୍କୁରା ଘଟଣା – ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

- Advertisement -

ବୈଠକରେ ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା, ସ୍ୱେଚ୍ଛାସେବୀଙ୍କ ଦାୟିତ୍ଵ, ପ୍ରଶାସନ ସହିତ ସମନ୍ଵୟ ରକ୍ଷା ଭଳି ପ୍ରମୁଖ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା ହୋଇଥିଲା। ଏଥିରେ ୨୦୨୩ ରଥଯାତ୍ରା ସମୟର ତ୍ରୁଟି ବିଚ୍ୟୁତି ଯେଭଳି ଚଳିତ ବର୍ଷ ପୁନରାବୃତ୍ତି ନହୁଏ ସେନେଇ ଆଲୋଚନା ହୋଇଥିଲା।

ବିଜେପି ତାଲିକାରେ ନାହିଁ ବ୍ରିଜ ଭୂଷଣଙ୍କ ନାଁ, ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ହେଲା କି ଅଡୁଆ!

ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ରଥଯାତ୍ରାରେ ପ୍ରଶାସନ ଦ୍ବାରା ବଡ଼ଦାଣ୍ଡରେ ସ୍ଥିରିକୃତ ହୋଇଥିବା ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯିବାକୁ ଥିବା ବେଳେ ଖାଦ୍ୟ ବଣ୍ଟନ କରିବାକୁ ଚାହୁଁଥିବା ସ୍ବେଛାସେବୀ ଅନୁଷ୍ଠାନ ମାନେ ପ୍ରଶାସନ ପକ୍ଷରୁ ଅନୁମତି ନେବେ। ବଡ଼ଦାଣ୍ଡରେ ସଠିକ୍ ଭାବେ ଆମ୍ବୁଲାନ୍ସ ଚଳପ୍ରଚଳ କରିବା ସହ ଅସୁସ୍ଥ ବ୍ୟକ୍ତିମାନଙ୍କୁ କିଭଳି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ନିକଟକୁ ନିଆଯାଇପାରିବ ସେ ଦିଗରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଏହା ଛାଡ କର୍ଡନ ପାସ୍ ବଣ୍ଟନ ନିୟନ୍ତ୍ରିତ କରାଯାଇ ସୀମିତ ଲୋକଙ୍କୁ କର୍ଡନ ଭିତରକୁ ଛଡାଯିବା ସହ ଟ୍ରାନିଜିଟ୍ ପାସ୍ ପାଇଁ ପୋଲିସ ପକ୍ଷରୁ ସବୁ ସହାୟତା ଯୋଗାଇଦେବା ପାଇଁ ସ୍ୱେଚ୍ଛାସେବୀ ଅନୁରୋଧ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories