ଧାନ ବିଲରେ ଯୁବକଙ୍କୁ ଦଳି ଦେଲା ହାତୀ
ସମ୍ବଲପୁର : ଥମୁନି ହାତୀ ଆତଙ୍କ। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଆଜି ସମ୍ବଲପୁର ହାତୀବାରୀ ଟେଙ୍ଗୁପଡାରେ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଟେଙ୍ଗପଡ଼ା ଗାଁର ଗଣେଶ ଭୋଇ ବୋଲି ଜଣାପଡିଛି। ଅନେକ ସମୟରେ କିଛି ହାତୀ ପଲ ଗାଁରେ ପଶି ବହୁ ଧନସମ୍ପତ୍ତି ହାନୀ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ତେଣୁ ରବିବାର ଗଣେଶ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ଲାଗି ବିଲକୁ ଜଗିବା ପାଇଁ ଯାଇଥିଲେ। ଏହି ସମୟରେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ବିଲରେ ଗଣେଶଙ୍କର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତି ବିଧି ଉପରେ ନଜର ରଖିଛି।
Comments are closed.