www.samajalive.in
Wednesday, December 10, 2025
26.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧରେ ନିଆଁ ଲଗାଉଛନ୍ତି ବାଇଡେନ, ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଦେଲେ ଅନୁମତି

ସମାଜ ଡିଜିଟାଲ ଡେସ୍କ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଧିକ ତୀବ୍ର କରୁଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ। କାର୍ଯ୍ୟରୁ ଅବ୍ୟାହତି ନେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ବାଇଡେନ ଉଦ୍ୟମ କରୁଥିବା ତାଙ୍କ ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ଏବଂ ରୁଷକୁ ପରାମର୍ଶ ଦେଇଆସୁଥିବାବେଳେ ବାଇଡେନ କିନ୍ତୁ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଛନ୍ତି। ରୁଷ ଏହାକୁ ପୂର୍ବରୁ ବିରୋଧ କରିଆସୁଛି। ବର୍ତ୍ତମାନ ଯଦି ୟୁକ୍ରେନ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରେ ତେବେ ଏହାକୁ ଯୁଦ୍ଧରେ ଆମେରିକାର ସିଧାସଳଖ ସମ୍ପୃକ୍ତି ବୋଲି ରୁଷ ମାନିନେବ ଏବଂ ଏହାର କଡ଼ା ଜବାବ ଦିଆଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ। ଏପରି ସ୍ଥିତିରେ ବାଇଡେନଙ୍କ ନିଷ୍ପତ୍ତି ଆମେରିକାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଯିବା ପୂର୍ବରୁ ସେ ଯୁଦ୍ଧକୁ ନୂଆ ସ୍ତରକୁ ନେବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories