ଓପିଏଚଡବ୍ଲ୍ୟୁସି ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଓପିଏଚଡବ୍ଲ୍ୟୁସି(ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନର ଡିଜିଏମ(ଡେପୁଟି ଜେନେରାଲ ମ୍ୟାନେଜର) ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଉଛି। ଭୁବନେଶ୍ଵର ଏବଂ ବ୍ରହ୍ମପୁର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଏକାଧିକ ଟିମ ଏକକାଳୀନ ଚଢ଼ାଉ କରୁଛନ୍ତି। ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନ ଏବଂ ପୈତୃକ ଘରେ ଚଢ଼ାଉ କରାଯାଉଛି।

Comments are closed.