www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରମ୍ପଙ୍କ କ୍ୟାବିନେଟରେ ଗୋରାଙ୍କୁ ପ୍ରାଧାନ୍ୟ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେବା ପରେ କ୍ୟାବିନେଟ ଗଠନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ନିଜ କ୍ୟାବିନେଟରେ ଗୋରା ଲୋକଙ୍କୁ ପ୍ରାଧାନ୍ୟ ଦେଇଥିବା ଦେଖିବାକୁ ମିଳିଛି। ଏଯାଏ ୧୮ ଜଣଙ୍କୁ ସେ ତାଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିସାରିଛନ୍ତି। ହେଲେ ସେଥିରେ ସମାନୁପାତ ଭାବେ କୃଷ୍ଣକାୟଙ୍କୁ ସ୍ଥାନ ମିଳିନାହିଁ। କେବଳ ଦୁଇ ଜଣ ହିନ୍ଦୁ ଆମେରିକୀୟଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ହେଲେ ବିବେକ ରାମାସ୍ଵାମୀ ଏବଂ ତୁଳସୀ ଗାବାର୍ଡ।

୨୦୨୪ ନିର୍ବାଚନରେ ଟ୍ରମ୍ପଙ୍କୁ ୨୦ ପ୍ରତିଶତ କୃଷ୍ଣକାୟ ଭୋଟ ମିଳିଥିଲା। ପୂର୍ବ ନିର୍ବାଚନରେ ତାଙ୍କୁ ମାତ୍ର ୧୩ ପ୍ରତିଶକ କୃଷ୍ଣକାୟ ଭୋଟ ଦେଇଥିଲେ। ଚଳିତଥର ଏଥିରେ ୮ ପ୍ରତିଶତ ବୃଦ୍ଧି ଘଟିଛି। ଅପରପକ୍ଷେ ଟ୍ରମ୍ପଙ୍କ ପ୍ରତିଦ୍ଵନ୍ଦ୍ଵୀ କମଳ ହାରିସ ୮୦ ପ୍ରତିଶତ କୃଷ୍ଣକାୟ ଭୋଟ ହାତେଇଥିଲେ। ୨୦୨୦ରେ କମଳାଙ୍କ ଦଳରୁ ପ୍ରାର୍ଥୀ ହୋଇଥିବା ଜୋ ବାଇଡେନଙ୍କୁ ୯୦ ପ୍ରତିଶତ କୃଷ୍ଣକାୟ ଭୋଟ ମିଳିଥିବାବେଳେ ଚଳିତଥର ସେଥିରେ ୧୦ ପ୍ରତିଶତ ହ୍ରାସ ପାଇଛି। ତେବେ ଗତ ନିର୍ବାଚନରେ ବାଇଡେନ ବିଜୟୀ ହେବା ପରେ ସେ ନିଜ କ୍ୟାବିନେଟରେ କୃଷ୍ଣକାୟଙ୍କୁ ଗୁରୁତ୍ଵ ଦେଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories