ଦେବୋତ୍ଥାନ ଏକାଦଶୀରେ କରନ୍ତୁ ବାସ୍‌ ଏହି ସରଳ ଉପାୟ; ଶୀଘ୍ର ହେବ ବିବାହ, ଧନ ବୃଦ୍ଧି..

ଚଳିତ ବର୍ଷ ଦେବୋତ୍ଥାନ ଏକାଦଶୀର ବ୍ରତ ୧୨ ନଭେମ୍ବର ମଙ୍ଗଳବାର ପାଳନ କରାଯିବ । ଦେବୋତ୍ଥାନ ଏକାଦଶୀରେ ଶ୍ରୀହରି ବିଷ୍ଣୁ ୪ ମାସ ପରେ ଯୋଗ ନିଦ୍ରାରୁ ଜାଗ୍ରତ ହୋଇଥାଆନ୍ତି ।

ଏହି ଦିନ ବ୍ରତ ପାଳନ ସହ ଉପବାସ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।
ଭଗବାନ ବିଷ୍ଣୁଙ୍କୁ ତୁଳସୀ ଖୁବ୍‌ ପ୍ରିୟ । ତେଣୁ ଏହି ଏକାଦଶୀରେ ତୁଳସୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା ସହ କିଛି ବିଶେଷ ଜିନିଷ ଅର୍ପଣ କଲେ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଘରେ ବର୍ଷଯାକ ଧନର ଆଗମନ ଓ ବୃଦ୍ଧି ହୋଇଥାଏ । ଅଭାବ ଦୂର ହୋଇଥାଏ ।

୧୫ ନଭେମ୍ବରରେ ଶନି ଚଳନ ; ଏହି ୫ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା..

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ୧୧ଟି ତୁଳସୀ ଜଟ୍ଟା ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଅବିବାହିତ ଯୁବକ ଯୁବତୀଙ୍କ ବିବାହରେ ବିଳମ୍ବ ହେଉଥିଲେ ଏହି ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ ।

ଏହି ଦିନ ତୁଳସୀଙ୍କୁ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ।
ହଳଦିଆ ରେଶମୀ ସୂତାରେ ୧୦୮ ଗଣ୍ଠି ପକାଇ ତୁଳସୀ ରଖୁଥିବା ମାଟିପାତ୍ର ଚାରି ପଟେ ଗୁଡାଇ ରଖନ୍ତୁ । ଏହାପରେ ମାଆଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ।

ନଭେମ୍ବର ୨୪ରେ ଏମାନଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା- ଉପମୁଖ୍ୟମନ୍ତ୍ରୀ

ତୁଳସୀଙ୍କୁ ଲାଲ ରେଶମୀ ସୂତା ଅର୍ପଣ କରନ୍ତୁ । ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ସହ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ତୁଳସୀଙ୍କୁ ଏହି ଦିନ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଘିଅ ଦୀପ ଲଗାଇବା ସହ ପ୍ରାର୍ଥନା କରନ୍ତୁ । ସମସ୍ତ ଦୁଃଖ ଦୂର ହୋଇଥାଏ ।

 

Comments are closed.