www.samajalive.in
Sunday, December 7, 2025
16.1 C
Bhubaneswar

‘ବାଗି-୪’: ଭୟଙ୍କର ଅବତାରରେ ଟାଇଗର

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବାଗି-୪’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ଅଭିନେତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଅତ୍ୟନ୍ତ ଭୟଙ୍କର ରୂପରେ ଦେଖିବାକୁ ମିଳିଛି।


ପୋଷ୍ଟରରେ ସବୁଆଡ଼େ ରକ୍ତ ଦେଖାଯାଉଥିବାବେଳେ ଏହି ଦୃଶ୍ୟ ଏକ ଶୌଚାଳୟ ଭିତରର ବୋଲି ମନେହେଉଛି। ଏଥିରେ ଟାଇଗର କମୋଡ଼ ଉପରେ ବସିଛନ୍ତି ଏବଂ ତାଙ୍କର ଗୋଟିଏ ହାତରେ ମଦ ବୋତଲ ଓ ଅନ୍ୟ ହାତରେ ରକ୍ତ ଜୁଡ଼ୁବୁଡ଼ୁ ଏକ ଅସ୍ତ୍ର ରହିଛି। ଟାଇଗର ପାଟିରେ ଏକ ସିଗାରେଟ୍ ଚାପି ଧରିଛନ୍ତି ଏବଂ ତାଙ୍କ ପୋଷାକରେ ରକ୍ତ ଲାଗିଛି। ଏହି ନୂଆ ଲୁକ୍‌ରେ ଟାଇଗର ଖୁବ୍‌ ଛୋଟ କେଶରେ ନଜର ଆସିଛନ୍ତି। ତାଙ୍କ ସାର୍ଟର ବଟନ୍‌ ସମ୍ପୂର୍ଣ୍ଣ ଖୋଲା ରହିଛି। ଟାଇଗରଙ୍କ ଆଖପାଖରେ ଅନେକ ଲୋକଙ୍କ ମୃତଦେହ ତଳେ ପଡ଼ିଛି। ‘ବାଗି-୪’ର ଜବରଦସ୍ତ ପୋଷ୍ଟର ସହ ଏକ ଖାସ୍‌ କ୍ୟାପ୍ସନ ମଧ୍ୟ ଲେଖାଯାଇଛି। ‘ବାଗି-୪’ର କ୍ୟାପ୍ସନରେ ଲେଖାହୋଇଛି, “ଏକ ଗଭୀର ଭାବନା, ଏକ ରକ୍ତାକ୍ତ ମିଶନ। ଏଥର ସେ ସେପରି ନୁହଁନ୍ତି।’’

- Advertisement -

ଟାଇଗର ଶ୍ରଫ କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ‘ବାଗି-୪’ର ପୋଷ୍ଟର ଶେୟାର କରିଛନ୍ତି। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ସାଜିଦ ନାଡ଼ିଆଡ଼ଓ୍ବାଲା ପ୍ରଯୋଜିତ ଏବଂ ହର୍ଷା ନିର୍ଦେଶିତ ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories