www.samajalive.in
Sunday, December 7, 2025
16.1 C
Bhubaneswar

ଆରପାରିରେ ବରିଷ୍ଠ ବିଜେପି ନେତା ସମୀର ଦେ’

ସମାଜ ଡିଜିଟାଲ ଡେସ୍କ: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କର ପରଲୋକ ଘଟିଛି। ସୋମବାର ଦିନ ୨ଟା ୧୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୬୮ ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ସମୀର ଦେ। ଗତ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିଭଳି କିଛି ବର୍ଷ ପୂର୍ବେ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ସିଡିଏସ୍ଥିତ ଘରୋଇ ଡାକ୍ତରଖାନାଠାରେ ଚିକିତ୍ସକମାନେ ଅକ୍ଳାନ୍ତ ପରିଶ୍ରମ ସତ୍ବେ ତାଙ୍କ ଜୀବନ ରକ୍ଷା କରିପାରିଲେ ନାହିଁ। ସ୍ବର୍ଗତ ଦେ’ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିଛନ୍ତି।

ସମୀର ଦେ’ ଜଗତସିଂହପୁର ଜିଲାର ପୁନଙ୍ଗ ଗ୍ରାମର ଏକ ସମ୍ଭ୍ରାନ୍ତ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ କଟକରେ ଉଚ୍ଚ ଶିକ୍ଷା ଲାଭ କରି ଆଇନଜୀବୀ ପେଶା ଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗଦେଇ ନିଜକୁ ଜଣେ ଶ୍ରେଷ୍ଠ ସେବକ ଭାବରେ ପ୍ରତିଷ୍ଠିତ କରିପାରିଥିଲେ। ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ କଟକ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ମାତ୍ର ସେ ନିର୍ବାଚନରେ ପରାସ୍ତ ହୋଇଥିଲେ। ସେହିଭଳି ୧୯୯୫ରେ ପୁଣି ଥରେ ବିଜେପି ଦଳରୁ ପ୍ରାର୍ଥୀ ହୋଇ କ୍ରମାଗତ ଭାବରେ ୩ଥର କଟକ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ରାଜ୍ୟରେ ବିଜେପି ଓ ବିଜେଡି ମିଳିତ ଭାବରେ ସରକାର ଗଠନ ହେବାପରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିଥିଲା। ୨୦୦୦ ମସିହାରେ ତାଙ୍କୁ ଶିକ୍ଷାମନ୍ତ୍ରୀ ଏବଂ ୨୦୦୫ରେ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ପରବର୍ତ୍ତୀ ନିର୍ବାଚନରେ ସେ ଅସୁସ୍ଥ ଥିବାରୁ ବିଧାନସଭାକୁ ପ୍ରାର୍ଥୀ ହୋଇ ନ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories