www.samajalive.in
Saturday, December 6, 2025
26.1 C
Bhubaneswar

କନ୍ଦେଇବ ଆହୁରି ୫ ଦିନ, ୨ ଡିଗ୍ରୀ ବଢିବ ଦିନ ତାପମାତ୍ରା

ଡେସ୍କ: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ବୃଦ୍ଧି ପାଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ଆଗାମୀ ୪ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବ। ଏହା ବ୍ୟତୀତ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି।

୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ

- Advertisement -

ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଥମିବାର ନାଁ ନେଉନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଅନୁଗୁଳ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଜି ଅନୁଗୁଳର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିଅସ ରହିଛି। ସେହିପରି ବୌଦ୍ଧରେ ୪୪.୫ ଡିଗ୍ରୀ ଏବଂ ନୂଆପଡା ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟର ୧୨ଟି ସହରରେ ଦିନ ତାପମାତ୍ରା ଆଜି ୪୩ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୨ ସହରରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୪୩.୮, ଯାଜପୁର, ସମ୍ବଲପୁର, ହୀରାକୁଦ ଓ ଟିଟିଲାଗଡ଼ରେ ୪୩.୬, ଝାରସୁଗୁଡ଼ା ଓ ତାଳଚେରରେ ୪୩.୫, ଢେଙ୍କାନାଳରେ ୪୩.୧, ନୟାଗଡରେ ୪୨.୮, ଭବାନୀପାଟଣାରେ ୪୨.୬, ମାଲକାନଗିରିରେ ୪୨.୫, ସୁନ୍ଦରଗଡ଼, ରାଉରକେଲା ଓ ସୋନପୁରରେ ୪୨.୩, ପାରଳାଖେମୁଣ୍ଡି ଓ ଖୋର୍ଦ୍ଧାରେ ୪୨, କେନ୍ଦୁଝରରେ ୪୧.୮, ଚାନ୍ଦବାଲିରେ ୪୧.୭, ଭଦ୍ରକରେ ୪୧.୫, ବରଗଡ଼ରେ ୪୧.୪, ଫୁଲବାଣୀରେ ୪୧.୨, କେନ୍ଦ୍ରାପଡା ଓ ରାୟଗଡାରେ ୪୧, କଟକରେ ୪୦.୮, ଭୁବନେଶ୍ୱର ଓ ଛତ୍ରପୁରରେ ୪୦.୫, ନବରଙ୍ଗପୁରରେ ୪୦.୨ ଓ ଦେଓଗଡ଼ରେ ୪୦ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି।

ସମନ୍ଵୟ ରହିଲେ ସଫଳ ଓ ତ୍ରୁଟିଶୂନ୍ୟ ହେବ ରଥଯାତ୍ରା

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories