www.samajalive.in
Saturday, December 6, 2025
16.1 C
Bhubaneswar

ବଡ଼ ସଫଳତା, ଏକାଧିକ ଡକାୟତ ଘଟଣାର ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଗିରଫ

କେନ୍ଦୁଝର ସଦର : କେନ୍ଦୁଝର ଜିଲା ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଏବଂ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ପ୍ରଭୃତି ଜିଲାରେ ୨୮ ଗୋଟି ବଡ଼ ଡ଼କାୟତି ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର (୨୩)କୁ ପୁଲିସ ଗିରଫ କରିଛି।

ତାତି ସାଙ୍ଗକୁ ଗୁଳୁଗୁଳି ; ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲା ତାପମାତ୍ରା

- Advertisement -

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବରଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତିରେ ବନ୍ଧୁକ ମୁନରେ ଡରାଇବା ସହିତ ସେଠାରେ ସଟର ଭାଙ୍ଗି ନଗଦ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୧୬।୧୧।୨୦୨୪ରେ ୫ଜଣ ଡକାୟତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ । କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲାରେ ୨୮ ଡକାୟତୀ ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..


ଡ଼କାୟତ ସର୍ଦ୍ଦାର ଦଶରଥୀଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଧନୁର୍ଜୟପୁର ବୋଲି ସୂଚନା ଦେଇଛନ୍ତି। ତା ନାମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ ୨୦ଟି, ରାଉରକେଲାରେ ୬ଟି, ଢେଙ୍କାନାଳ ଜିଲାରେ ୧ଟି ଏବଂ ସମ୍ବଲପୁରରେ ୧ ଡ଼କାୟତି ମାମଲା ରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ,୧ ଖୁକରୀ, ସୁନା ରୁପା ଅଳଙ୍କାର, ବୋଲେରୋ ଗାଡି ଓ ବାଇକ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକଙ୍କ ବ୍ୟତୀତ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ ଏବଂ ନୟାକୋଟ ଥାନା ଅଧିକାରୀ ଅବିନାଶ ପରିଡା ମଧ୍ୟ ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories