www.samajalive.in
Saturday, December 6, 2025
23.1 C
Bhubaneswar

ସମ୍ବଲପୁରରେ ହେବ ବିଗ୍‍ ଫାଇଟ୍‍: ମଇଦାନରେ ପ୍ରଣବ-ଧର୍ମେନ୍ଦ୍ର

ସମ୍ବଲପୁର: ଲୋକସଭା ନିର୍ବାଚନରେ ଏଥର ସମ୍ବଲପୁର ଆସନରେ ବଡ ଲଢେଇ ହେବ । ଏଠାରେ ବିଜେପ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇବେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ନେତା ଗତ କିଛି ମାସ ହେବ ସମ୍ବଲପୁର ଅଂଚଳରେ ବେଶ ଦବଦବା ଜାହିର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବାରମ୍ବାର ସମ୍ବଲପୁର ଗସ୍ତ କରିବା ସହ ଲୋକଙ୍କ ସହ ମିଶିଥିଲେ । ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି । ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମ୍ବଲପୁର ଗସ୍ତରେ ଆସି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେପଟେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରେ ବେଶ ସକ୍ରିୟ ରହିଛନ୍ତି । ଦଳର ବୃହତ୍ତର ସ୍ୱାର୍ଥ ପାଇଁ ସମ୍ବଲପୁରରୁ ଲଢିବେ ପ୍ରଣବ । ତାଙ୍କର ସାଙ୍ଗଠନିକ ଦକ୍ଷତା ସାରା ଓଡ଼ିଶା ଦେଖିଛି । ପ୍ରଣବ ଲୋକସଭା ପ୍ରାର୍ଥୀ ହେବା ପରେ ସମ୍ବଲପୁରରେ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁରରୁ ଏଥର ଆସନରୁ ଦ୍ୱିମୁଖୀ ଲଢେଇ ହେବ ବୋଲି କୁହାଯାଉଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories