www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଶରୀରରେ ପାଣି ମାତ୍ରା କମିଲେ ବଢେ କି ରକ୍ତଚାପ? କେଉଁ ଖାଦ୍ୟ ଖାଇବେ,କିଭଳି ସଚେତନ ରହିବେ..

ଉଚ୍ଚ ରକ୍ତଚାପ ବର୍ତ୍ତମାନ ସମୟରେ ଅଧିକାଂଶଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା ହୃଦୟ ଜନିତ ରୋଗର କାରଣ ପାଲଟିଥାଏ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଠାରୁ ଆରମ୍ଭ କରି ଏଭଳି ଅନେକ କାରଣ ରହିଛି, ଯାହା ଉଚ୍ଚ ରକ୍ତଚାପ ବୃଦ୍ଧିର କାରଣ। ଖରାଦିନରେ ଶରୀରରେ ଜଳୀୟ ଅଂଶର ମାତ୍ରା ହ୍ରାସ ପାଇଥାଏ। ଏହା ଶରୀରକୁ ପ୍ରଭାବିତ କରିଥାଏ। ଅନେକ ଲୋକେ ଜାଣି ନଥିବେ, ଶରୀରରେ ଜଳୀୟଅଂଶର ମାତ୍ରା କମିଲେ, ଏହା ରକ୍ତଚାପ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଖରା ପାଇଁ ଶରୀରରେ ଜଳୀୟଅଂଶ ଅଭାବ ହେବାର ଅଧିକ ସମ୍ଭାବନା ରହିଥାଏ। ତେଣୁ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ନିତାନ୍ତ ଆବଶ୍ୟକ। ଫଳରେ ଉଚ୍ଚ ରକ୍ତଚାପ ଉପରେ କୌଣସି ନକରାତ୍ମକ ପ୍ରଭାବ ପକାଇବ ନାହିଁ। ଜାଣନ୍ତୁ ଜଳୀୟଅଂଶର ମାତ୍ରା କମ୍ ହେବା ଓ ଉଚ୍ଚରକ୍ତଚାପ ମଧ୍ୟରେ ଥିବା ସମ୍ପର୍କ..

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

- Advertisement -

ଶରୀରରେ ଜଳୀୟଅଂଶର ମାତ୍ରା ସଠିକ୍ ନରହିବା ଦ୍ୱାରା ହୃଦୟ ସମଗ୍ର ଶରୀରରେ ରକ୍ତ ପହଞ୍ଚାଇବା ପାଇଁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ।
ଜଳୀୟଅଂଶ ମାତ୍ରା କମ୍ ହେବା ଦ୍ୱାରା ଏହା ଉଚ୍ଚ ରକ୍ତଚାପରେ ପ୍ରଭାବ ପକାଇବା ସହ କିଛି କ୍ଷତିକାରକ ପରିବର୍ତ୍ତନ କରାଇଥାଏ।
ଏହାସହ ଶରୀରରେ ଜଳୀୟଅଂଶର ମାତ୍ରା କମ୍ ହେବା ଦ୍ୱାରା ଶରୀରରେ ସୋଡିୟମର ସ୍ତର ବୃଦ୍ଧି ପାଇଥାଏ। ଯାଦ୍ୱାରା ରକ୍ତ ସଞ୍ଚାଳନ ହେବାରେ ସମସ୍ୟା ଦେଖାଦେଇଥାଏ।
୨ୟରେ ଶରୀରରେ ଜଳୀୟଅଂଶର ମାତ୍ରା ଅଧିକ ହ୍ରାସ ହେଲେ ନିମ୍ନ ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ। ତେଣୁ ରକ୍ତଚାପ ସ୍ଥିର ରହିବା ପାଇଁ ଭରପୁର ମାତ୍ରାରେ ପାଣି ପିଅନ୍ତୁ।

ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..

ନିଜ ଖାଦ୍ୟରେ ସାମିଲ କରନ୍ତୁ..
ନିଜ ଖାଦ୍ୟରେ ପୋଟାସିୟମରେ ଭରପୁର ଖାଦ୍ୟ ଯେପରି ତରଭୂଜ, କଦଳୀ, ଡାଳିମ୍ବ ଆଦି ସାମିଲ କରନ୍ତୁ।
ହୃଦୟ ସୁସ୍ଥ ରହିବା ପାଇଁ କମ୍ ମାତ୍ରାରେ ଲୁଣ ସେବନ କରନ୍ତୁ।
ନିୟମିତ ଅଳ୍ପ ସମୟ ବ୍ୟାୟାମ କରନ୍ତୁ।
ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ।
ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିବା ପାଇଁ ନିଜ ଖାଦ୍ୟ ଓ ଦୈନନ୍ଦିନ ଜୀବନଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories