ଏହିପରି ଖାଆନ୍ତୁ ଜାମୁ କୋଳି; ମିଳିବ ଅନେକ ଲାଭ

0

ଏବେ ହେଉଛି ଜାମୁ କୋଳିର ଋତୁ । ବଜାରକୁ ଜାମୁ କୋଳି ଆସିବା ଆରମ୍ଭ ହୋଇଗଲାଣି । ଜାମୁ କୋଳି କେବଳ ଶରୀର ପାଇଁ ଉପକାରୀ ତାହା ନୁହେଁ, ବରଂ ତାର ମଞ୍ଚି, ପତ୍ର ଓ ଗଛର ବକଳ ବା ଛେଲି ମଧ୍ୟ ଲାଭଦାୟକ ଅଟେ ।  ତେବେ ଆସନ୍ତୁ ଜାଣିବା ଜାମୁ କୋଳିକୁ କିଭଳି ଖାଇଲେ ତାହା ଶରୀରରେ ଔଷଧ ଭଳି କାମ କରିବ ।

୧. ଜାମୁ କୋଳି ଖାଇବା ଦ୍ବାରା ଲିଭର(ଯକୃତ) ସମସ୍ୟା ଦୂର ହୋଇଥାଏ ।

୨. ଜାମୁ କୋଳି ଗଛର ବକଳକୁ ଫୁଟେଇ ପିଇବା ଦ୍ବାରା ପେଟ ରୋଗରୁ ମୁକ୍ତି ମିଳେ ।

prayash

୩. ତ୍ଵଚାରେ ଚମକ ଆଣିବାରେ ସାହଯ୍ୟ କରେ ଜାମୁ କୋଳି । ନିୟମିତ ଏହାକୁ ଖାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ ।

୪. ମଧୁମେହ ବା ଡାଇବେଟିସ୍ ରୋଗୀଙ୍କୁ ଜାମୁ କୋଳି ଖାଇବାକୁ ପରାମର୍ଶ ଦିଆଯାଏ ।

୫. ଜାମୁ କୋଳି ମଞ୍ଚିକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ବାରା ଦାନ୍ତ ବିନ୍ଧା ଦୂର ହୁଏ ।

୬.  ଜାମୁ କୋଳି ମଞ୍ଚି ଗୁଣ୍ଡରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଶରୀର ହୋଇଥିବା କୌଣସି ଘା’ ବା କ୍ଷତ ସ୍ଥାନରେ ଲଗାଇବା ଦ୍ବାରା ତାହା ଭଲ ହୋଇଯାଇ ଥାଏ ।

Leave A Reply