ଅସହାୟଙ୍କୁ ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢାଇଲା ଭରସା ପରିବାର

ପାଟଣା – କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମପଞ୍ଚାୟତ ବାରତଣିଆଁ ଗ୍ରାମର ସରସ୍ବତୀ ଲୋହାରଙ୍କ ମୃତ୍ୟୁ ପରେ ତାଙ୍କ ଅସହାୟ ପରିବାର ଶୁଦ୍ଧିକ୍ରିୟା କରିବା ପାଇଁ ଭରସା ପରିବାରକୁ ସହାୟତା ପାଇଁ ଅନୁରୋଧ କରିଥିଲେ । ଖବର ପାଇ ସଭାନେତ୍ରୀ ମାଳତୀ ମହାନ୍ତ, ସଂଯୋଜିକା ରଞ୍ଜନା ମହାନ୍ତ, ପଞ୍ଚପିଢ଼ ସଭାପତି ସୁମନ୍ତ କୁମାର ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ମହାନ୍ତ, ସାହାରପଡାର କୃଷ୍ଣଚନ୍ଦ୍ର ମହାନ୍ତ, ଚନ୍ଦନ ମହାନ୍ତ ପ୍ରମୁଖ ତାଙ୍କ ଘରକୁ ଯାଇ ସକ୍ଷମ ଅନୁସାରେ ରେଶନ ସାମଗ୍ରୀ, ପନିପରିବା ଓ ନୂତନ ବସ୍ତ୍ର ପ୍ରଦାନ କରି ଅସହାୟ ପରିବାରର ଦୁଃଖ ଲାଘବର ପ୍ରୟାସ କରିଥିଲେ ।

ସେବା ମାଧ୍ୟମରେ ଲୋକଙ୍କ ମନରେ ଭ୍ରାତୃଭାବନା ସୃଷ୍ଟି କରିବା ସହିତ ସାଙ୍ଗଠନିକ ଭାବରେ ସେବା କରିବା ଭରସା ପରିବାରର ମୁଖ୍ୟ ଲକ୍ଷ୍ୟ ବୋଲି ସଭାପତି ଲମ୍ବୋଦର ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.