www.samajalive.in
Saturday, December 13, 2025
23.1 C
Bhubaneswar

ବଡ଼ଦିନରେ ବଣଭୋଜି ପାଇଁ କେନ୍ଦୁଝରକୁ ପର୍ଯ୍ୟଟକଙ୍କ ସୁଅ

କେନ୍ଦୁଝରଗଡ଼: ବଣପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଉଚ୍ଚ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ମନଭରି ଉପଭୋଗ ପାଇଁ ବଡ଼ଦିନ ଓ ନୂଆବର୍ଷ ପାଳନ ଅବସରରେ ବଣଭୋଜିର ମଜା ଉଠାଇବାକୁ କେନ୍ଦୁଝର ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶେଷକରି ସାନଘାଗରା, ବଡ଼ଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ ଓ ହାଣ୍ଡିଭଙ୍ଗା ଭଳି ରାଜ୍ୟପ୍ରସିଦ୍ଧ ସୁଉଚ୍ଚ ଜଳପ୍ରପାତ, ଘଟଗାଁସ୍ଥିତ ମା’ତାରିଣୀ ପୀଠ, ଦେଓଗାଁ କୁଶଳେଶ୍ୱର ଶୈବପୀଠ, କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ସିଦ୍ଧମଠ, ମୁର୍ଗାମହାଦେବ ଓ ଗୋନାସିକା ଭଳି ପ୍ରସିଦ୍ଧ ଶକ୍ତି ପୀଠ, ଆନନ୍ଦପୁରର ଚକ୍ରତୀର୍ଥ, ସୀତାବିଞ୍ଜ, ସରେଇ, ରାଜନଗର, ପୋଡ଼ାସିଙ୍ଗିଡ଼ି ଭଳି ଐତିହାସିକ ଓ ପୌରାଣିକ ସ୍ଥଳୀ, ହଦଗଡ଼, ରେମାଳ, କାଣିଝରୀ ଓ ଜଗଦଳା ଭଳି ରମଣୀୟ ଜଳଭଣ୍ଡାର, କାଞ୍ଜିପାଣି ଘାଟିର ମନଲୋଭା ପ୍ରାକୃତିକ ଦୃଶ୍ୟ ଉପଭୋଗ ପାଇଁ ପ୍ରତିବର୍ଷ ବଡ଼ଦିନ ଓ ନୂଆବର୍ଷ ଉପଲକ୍ଷେ କେନ୍ଦୁଝର ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିିଥାଏ।

ଘଞ୍ଚ ବଣପାହାଡ଼ ଘେରା ଏହି ଜିଲାର ଶୀତରାଜି ଅନୁଭବ ସାଙ୍ଗକୁ କେନ୍ଦୁଝର ସହରସ୍ଥିତ ପୁରୁଣା ରାଜବାଟୀ, ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାସ୍ଥିତ ଗୁପ୍ତଗଙ୍ଗା, ପ୍ରାକୃତିକ ଗଣ୍ଡ ଆଦି ମନଲୋଭା ସ୍ଥାନ ପର୍ଯ୍ୟଟକ, ପ୍ରକୃତିପ୍ରେମୀ, ସାହିତ୍ୟିକ ଓ କବିମାନଙ୍କୁ ପର୍ଯ୍ୟଟନ ଋତୁରେ କେନ୍ଦୁଝର ଜିଲା ବୁଲି ଆସିବାକୁ ବାଧ୍ୟ କରିଥାଏ। ବଡଦିନ ଅବସରରେ ବୁଧବାର ବଣଭୋଜି ମଜା ଉଠାଇବାକୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନକେନ୍ଦ୍ର ମାନଙ୍କରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି। ୪୯ନଂ ଜାତୀୟ ରାଜପଥକୁ ଲାଗି ଜିଲା ମୁଖ୍ୟାଳୟଠାରୁ ମାତ୍ର ୫ କି.ମି.ଦୂରରେ ଅବସ୍ଥିତ ୩୧ମିଟର ଉଚ୍ଚତା ବିଶିଷ୍ଟ ସାନଘାଗରା ଜଳପ୍ରପାତକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ବର୍ଷତମାମ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ଏଠାକାର ଶିଶୁ ଉଦ୍ୟାନ, ଗୋଲାପ ଉଦ୍ୟାନ, ବୋଟିଂ, ଆଦିବାସୀ ସଂଗ୍ରହାଳୟ ସହ ଚତୁଃପାର୍ଶ୍ବରେ ଘେରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ବହୁ ଦୂରଦୂରାନ୍ତରୁ ପିକ୍‌‌ନିକ୍‌‌ ପାର୍ଟି ଆସି ଭିଡ ଜମାଇଛନ୍ତି। ପର୍ଯ୍ୟଟନକେନ୍ଦ୍ର ବଡଘାଗରାର ଉନ୍ନତିକରଣ ପରେ ଗତ ୨ବର୍ଷ ଧରି ଏହିସ୍ଥାନକୁ ମଧ୍ୟ ବଡଦିନ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ବେଶ୍‌‌ ଭିଡ ଜମିଥିବା ଦେଖିବାକୁ ମିଳିଛି।

- Advertisement -

ସେହିଭଳି ପର୍ଯ୍ୟଟନ ମାନ୍ୟତା ମିଳି ନଥିଲେସୁଦ୍ଧା ଜିଲାର କାଣିଝରୀ, ରେମାଳ ଓ ଜଗଦଳା ଡ୍ୟାମ, ଚିକିଣିଆସ୍ଥିତ ଜିଲା ପାର୍କ, ବାରହାଟିପୁରା ଶୈବପୀଠ, ଅସନପାଟ, ଗିରିଡ଼ିବନ୍ଧ ଭଳି ଜିଲାର ପ୍ରମୁଖ ଦର୍ଶନୀୟ ସ୍ଥାନମାନଙ୍କରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ବେଶ୍‌‌ ଭିଡ଼ ଜମିଛି। ସୁରକ୍ଷା ଦୃଷ୍ଟିରୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀମାନଙ୍କରେ ପୁଲିସ ମୁତୟନ ବିଶେଷକରି ମହିଳା ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି ଆଣିଦେଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories