www.samajalive.in
Monday, December 15, 2025
26.1 C
Bhubaneswar

ପେଷା ଅମୃତଭଣ୍ଡା ମଟନ

ମଟନ – ୪୦୦ ଗ୍ରାମ
ପେଷା ଅମୃତଭଣ୍ଡା
ଘିଅ – ୧୫୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
କଟା ପିଆଜ – ୨୦୦ ଗ୍ରାମ
କଟା ଟମାଟୋ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ତେଜପତ୍ର – ୨ଟି
ଡ଼ାଲଚିନି – ୩ଟି
ଲବଙ୍ଗ – ୩ଟି
ଗୋଟା ଜିରା – ଆବଶ୍ୟକ ଅନୁଯାୟୀ
କଞ୍ଚା ଲଙ୍କା – ୩ଟି
ଦହି – ୧କପ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସେଥିରେ ସାମାନ୍ୟ ହଳଦୀ ଗୁଣ୍ଡ, ଲୁଣ, ପେଷା ଅମୃତଭଣ୍ଡାକୁ ମିଶାଇ ଦିଅନ୍ତୁ। ଏହା ପରେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଅଦା ରସୁଣ ବଟା, କଟା ପିଆଜ ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟା ଜିରା, ଲୁଣ ପକାଇ ପୁଣି କଷନ୍ତୁ। ଭଲ ଭାବେ କଷି ହେବା ପରେ ଗୋଟା ଡ଼ାଲଚିନି, ଲବଙ୍ଗ, ତେଜପତ୍ର ,ଟମାଟୋ ପକାଇ ଭଲ ଭାବେ ଗୋଳାଇ ପାତ୍ରରେ ରଖିଥିବା ମଟନକୁ ପକାନ୍ତୁ। ଏଥିରେ ପାଣି ଦେଇ ଏହାକୁ ୨୦ରୁ ୨୫ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏଥିରେ ୧କପ ଦହି , ଗରମ ମସଲା ଗୁଣ୍ଡ ସାମାନ୍ୟ ଲୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ପକାଇ ୨ମିନିଟ ଫୁଟାନ୍ତୁ। ୨ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ।

୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

- Advertisement -

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ..

 

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories