ତେଲକୋଇ: ଥମୁନି ହାତୀ ମୃତ୍ୟୁ। ତେଲକୋଇ ରେଞ୍ଜ କନ୍ତଲେଇ ଦାଢିଆସାହି ନିକଟରେ ମାଈ ହାତୀର ମୃତଦେହ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ କାରଣ ସଠିକ୍ ଭାବେ ଜଣାପଡିନାହିଁ। ସୂରଚନା ମୁତାବକ ଆଜି ସକାଳୁ କିଛି ସ୍ଥାନୀୟ ଲୋକ ଦାଢିଆ ସାହି ନିକଟରେ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ତୁରନ୍ତ ଏ ନେଇ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀଟିର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତ ହାତୀଟିର ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଦନ୍ତା ଆକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Popular Categories



