www.samajalive.in
Saturday, December 13, 2025
14.1 C
Bhubaneswar

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ, ୪ ମିନିଟରେ ଚାଲିଗଲା ଛାତ୍ରର ଜୀବନ

ପାଟଣା: ନକଲି ଡାକ୍ତର ସାଜି ଔଷଧ ଦୋକାନୀ ଦେଲେ ଇଞ୍ଜେକ୍ସନ। ୪ ମିନିଟ ଭିତରେ ଉଡ଼ିଗଲା ଛାତ୍ରଙ୍କ ପ୍ରାଣବାୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲାର ପାଟଣା ଥାନା ଅଞ୍ଚଳରେ। ଭୁଲ ଇଞ୍ଜେକ୍ସନ ନେଇ ଆଖି ବୁଜିଛନ୍ତି ସାହାରପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ପଢୁଥିବା ପଣ୍ଡାପଡା ଗ୍ରାମର ବିଜୟ କୁମାର ମୁଣ୍ଡାଙ୍କ ପୁଅ ଶୁକଦେବ ମୁଣ୍ଡା(୧୫)।

ଘଟଣାରୁ ପ୍ରକାଶ ଯେ, ଶୁକଦେବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲରେ ରହି ପଢ଼ୁଥିଲେ। ସେ ଚର୍ମରୋଗରେ ଆକ୍ରାନ୍ତ ହେବାରୁ ଶିକ୍ଷକମାନେ ତାଙ୍କ ବାପା ବିଜୟଙ୍କୁ ଡାକି ପୁଅର ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଗୁରୁବାର ବିଜୟ ସାହାରପଡାର ଏକ ଔଷଧ ଦୋକାନକୁ ପୁଅକୁ ନେଇଥିଲା। ଚର୍ମରୋଗ ଭଲ ହେବା ପାଇଁ ସେ ଏକ ମଲମ ମାଗିଥିଲେ। ଦୋକାନୀ ଜଣକ ଶୁକଦେବକୁ ମଲମ ଦେବା ବଦଳରେ ଏକ ଇଞ୍ଜେକ୍ସନ ଦେବା ସହ ଚର୍ମରୋଗ ଭଲ ହୋଇଯିବ ବୋଲି କହିଥିଲେ। ହେଲେ ଇଞ୍ଜେକ୍ସନ ନେବା ମାତ୍ରେ ୩ରୁ ୪ମିନିଟ ଭିତରେ ଶୁକଦେବ ବାନ୍ତି କରି ସଂଜ୍ଞାହୀନ ହୋଇପଡ଼ିଥିଲେ। ତୁରନ୍ତ ଆମ୍ବୁଲାନ୍ସ ଯୋ​‌ଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାହାରପଡ଼ା ପୁଲିସ ଖବରପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି  କୁହାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories