www.samajalive.in
Monday, December 15, 2025
27.1 C
Bhubaneswar

ସିନେମା ହଲରେ ଏଣ୍ଟ୍ରି ମାରିଲେ ‘ପୁଷ୍ପା’, ଭିଡିଓ ଭାଇରାଲ

ମୁମ୍ବାଇ : ପୁଷ୍ପା-୨ ସିନେମାଘରେ ହାଉସଫୁଲ୍ ହୋଇ ଆଗେଇ ଚାଲିଛି । ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳୁଛି । ମାତ୍ର କିଛି ଦିନରେ ୪୦୦-୫୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ନିଜ ମୂଳ ଖର୍ଚ୍ଚ ଆଦାୟ କରିସାରିଲାଣି । ବକ୍ସ ଅଫିସରେ ଭଲ ଆୟ କରୁଥିବା ଫିଲ୍ମକୁ ନେଇ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ପୁଷ୍ପା ଶାଢି ଲୁକରେ ଜଣେ ଯୁବକ ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି ।

 

View this post on Instagram

 

A post shared by Rahul Gupta (@mr_rahul__71)

- Advertisement -

ଭିଡିଓରେ ଏକ ସିନେମାଘର ନଜର ଆସୁଛି । ଏଥିରେ ହଲର ଏଗଜିଟ୍ ଗେଟରୁ ପୁଷ୍ପା ଅବତାରରେ ଜଣେ ଯୁବକ ପ୍ରବେଶ କରୁଛନ୍ତି । ଏଥିରେ ପୁଷ୍ପାର ଶାଢି ଲୁକକୁ କପି କରାଯାଇଛି । ବେକରେ ଲେମ୍ବୁ ମାଳ ଓ ଫୁଲ ମାଳ ନଜର ଆସୁଛି । ଏହି ସମୟରେ ସିନେମା ହଲରେ ଥିବା ଦର୍ଶକମାନେ ଏହି ଦୃଶ୍ୟ ଦେଖି ଚକିତ ହେଉଛନ୍ତି ଏବଂ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରୁଛନ୍ତି ।

ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୭୦ ଲକ୍ଷରୁ ଅଧିକ ଲୋକ ଭିଡିଓକୁ ଦେଖିସାରିଛନ୍ତି । ଅଢେଇ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି । ସମସ୍ତେ ଏଥିରେ ପ୍ରତିକ୍ରିୟା ରଖିବା ସହ ଭିଡିଓକୁ ସେୟାର କରୁଛନ୍ତି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories