ପାଟଣା : କେନ୍ଦୁଝର ଜିଲ୍ଲା ୪୯ ନଂ ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ରେ ଉଭୟ ଗାଡ଼ିରେ ଥିବା ୩ ଜଣ ଚାଳକ ଓ ସହାୟକ ଗୁରୁତର ଆହତ ହୋଇ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛି। ୪ ଲେନ ରାସ୍ତା ର ଗୋଟିଏ ପାର୍ଶ୍ୱ ରାସ୍ତା କାମ ପାଇଁ ବନ୍ଦ ରହିଥିବାରୁ ଗୋଟିଏ ପାର୍ଶ୍ୱରେ ଉଭୟ ଯାନବାହନ ଯାଉଥିବା ସମୟରେ ଗାଡ଼ି ଦୁଇଟି ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ଏବଂ ଖିରେଇଟାଙ୍ଗିରି ଟୋଲ୍ କର୍ମଚାରୀ ପହଞ୍ଚି ବହୁ ଉଦ୍ୟମ କରି ୩ ଜଣଙ୍କୁ ଗାଡ଼ି ଭିତରୁ ବାହାର କରିଥିଲେ ।
Comments are closed.