www.samajalive.in
Saturday, December 6, 2025
26.1 C
Bhubaneswar

ଦୂତି ଚାନ୍ଦଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ଅଟକ

କଟକ : କ୍ରୀଡ଼ାବିତ ଦୂତି ଚାନ୍ଦଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୂ୍ତି ତାଙ୍କ ବନ୍ଧୁ ମାନଙ୍କ ସହ କଟକରୁ ଭୁବନେଶ୍ୱର ଫେରୁଥିବାବେଳେ ଓଏମପି ଛକ ରୁ ଏକ ଟ୍ରକ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ସହିତ ଅଶାଳୀନ ଆଚରଣ କରିଥିଲା। ଏବଂ ତାଙ୍କ କାର କୁ ଧକ୍କା ଦେଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ଦୂତି ତାଙ୍କୁ ପିଛା କରି କାଠଯୋଡି ପୋଲ ପୂର୍ବ ରୁ ଅଟକାଇବା ସହିତ ପୁଲିସକୁ ଜଣାଇଥିଲେ। ଏହି ସମୟ ରେ ଅନ୍ୟ କିଛି ଭାରି ଯାନ ଚାଳକ ସେଠାରେ ଅଟକି ଦୁତି ଙ୍କୁ ଖରାପ ବ୍ୟବହାର କରିଥିବା ସେ କହିଛନ୍ତି। ବର୍ତ୍ତମାନ ଦୂତି ଏବଂ ତାଙ୍କ ସମସ୍ତ ବନ୍ଧୁ ସୁରକ୍ଷିତ ଅଛନ୍ତି। ମଧୁପାଟଣା ପୁଲିସ ଟ୍ରକ୍ ଚାଳକ କ୍ରିଷ୍ଣା ବୈଠା କୁ ଥାନା ରେ ଅଟକ ରଖି ତଦନ୍ତ କରୁଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories