www.samajalive.in
Sunday, December 7, 2025
23.1 C
Bhubaneswar

ପ୍ରଭୁଜୀରେ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

ମଞ୍ଚେଶ୍ଵର: ଭିଏସ୍ଏସ୍ ନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଦୁଇଦିନ ଧରି ଏହି କ୍ରୀଡ଼ା ମହୋତ୍ସବ ଚାଲିଥିଲା। ଉଦ୍‌ଯାପନୀ ଦିବସରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁ ଓ ଯୁବ ସେବା ବିଭାଗ ସ୍ବତନ୍ତ୍ର ଅଧୂକାରୀ ସୋନାଲି ଚାନ୍ଦ ଏବଂ ସମ୍ମାନିତ ଅତିଥିଭାବେ ରଣଜୀ ଟ୍ରଫି କ୍ରିକେଟର୍ ଅନୁରାଗ ରାଜେନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ସ୍ପୋର୍ଟ ଚମ୍ପିଆନମାନଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଅଧ୍ଯକ୍ଷ ଅଲେଖଚରଣ ନାୟିକ ଅତିଥ୍‌ ପରିଚୟ ପ୍ରଦାନ ସହ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଯୁବ କ୍ରିକେଟର୍ ରୁଦ୍ରପ୍ରସାଦ ମଲ୍ଲିକ ବିସିସିଆଇ ଆନୁକୁଲ୍ୟରେ ଅନୁଷ୍ଠିତ କୁଚ ବିହାର ଟ୍ରଫିରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟର ପୂର୍ବତନ ଛାତ୍ର ଲିମ୍‌କା ବୁକ୍ ଓ ଗିନିଜ୍ ବୁକ୍ ରେକର୍ଡଧାରୀ ହୋଇ ସନତ ରଥ ମଧ୍ୟ ପୁରସ୍କୃତ ହୋଇଥିଲେ। ସ୍ବାମୀ ଶଙ୍କରାନନ୍ଦ ଗିରି ଆଶୀର୍ବଚନରେ ଜୀବନରେ ପରାଜୟରେ ବିଜୟର ଲକ୍ଷ୍ୟ ସମ୍ପର୍କରେ ଉପଦେଶ ଦେଇଥିଲେ । ପରିଚାଳନା ସମିତି ଉପସଭାପତି ସ୍ବାମୀ କାଳିକାନନ୍ଦ ଗିରି, କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂହ, ପ୍ରଶାସି ଶାସିକା ପ୍ରୀତିନନ୍ଦା ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ସଭା ପରିଚାଳନା କରାଯାଇଥିଲା କ୍ରୀଡ଼ା ସଂଯୋଜକ ବୀରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କୃତୀଙ୍କୁ ପୁରସ୍କୃତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories