ଆରପାରିରେ ଓଲିଉଡର ମା’ ଅନୀତା ଦାସ  

0

କଟକ: ଓଲିଉଡ୍ ଜଗତର ବରିଷ୍ଠ ଅଭିନେତ୍ରୀ ଅନୀତା ଦାସଙ୍କ କଟକ ସେଲଟର ଛକ ନିକଟରେ ଥିବା ତାଙ୍କ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ହୃଦଘାତ​‌ରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନୀତା ଦାସ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଲୋକ ପ୍ରିୟତା ସାଉଁଟିଥିଲେ । ବିଶେଷ କରି ମା ଭୂମିକାରେ ତାଙ୍କର ଅଭିନୟ ହୃଦୟସ୍ପର୍ଶୀ ଥିଲା । ତେଣୁ ଓଲିଉଡର ମା ରୂପରେ ପରିଚିତ ଥିଲେ । ଓଡିଆ ଫିଲ୍ମ ସହ ଦିନ୍ଦୀ ଓ ତେଲୁଗୁ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

ଅନିତା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଜଗତର ବହୁ ବରିଷ୍ଠ କଳାକାର, ପ୍ରଜୋଯକ, ନିର୍ଦେଶକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ ଜଗତ ଅପୂରଣୀୟ କ୍ଷତି ହେଲା ବୋଲି ବରିଷ୍ଠ ସିନେପ୍ରଜଯୋକ, ନିଦେର୍ଶକ, ଅଭିନେତା ତଥା ରାଜ୍ୟସଭ ସାସଂଦ ପ୍ରଶାନ୍ତ ନନ୍ଦ କହିଛନ୍ତି ।

୧୯୭୫ ମସିହାରେ ଯାଜବର ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଅନୀତା ରାମାୟଣ, କୃଷ୍ଣ ସୁଦମା, ମା ଓ ମମତା, ସ୍ବପ୍ନ ସାଗର, କି ହେବ ସୁଆ ପୋଶିଲେ, ପୁଅ ମୋର କଳା ଠାକୁର, ଗଢି ଜାଣି​‌ଲେ ଘର ସୁନ୍ଦର, ବାହୁଡିବେ ମୋ ଜଗା ବଳିଆ, ଓମ୍ ଶାନ୍ତି ଓମ୍ ଭଳି ଲୋକ ପ୍ରିୟ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତାର ଛାପ ଛାଡି ଯାଇଛନ୍ତି ।

Leave A Reply