ରହସ୍ୟମୟ ଶୈବ ପୀଠ ଅମରନାଥ

0

କାଶ୍ମୀର ବରଫ ପାହାଡ଼ ମଧ୍ୟରେ ଅବସ୍ଥିତ ଅମରନାଥ ଗୁମ୍ପା ଆଜି ମଧ୍ୟ ରହସ୍ୟମୟ ହୋଇ ରହିଛି। ଏହା ୫୦୦୦ ବର୍ଷ ତଳର ଗୁମ୍ପା ବୋଲି ମାନ୍ୟତା ରହିଛି। ଏହା ପ୍ରାୟ ୧୬୦ ଫୁଟ ଲମ୍ବା ଓ ୧୦୦ ଫୁଟ ଚଉଡ଼ା ଅଟେ।ଶାସ୍ତ୍ର ଅନୁଯାୟୀ ବୁଟା ମଲିକ ନାମକ ଏକ ମୁସଲିମ ନିଜର ଛେଳି ଆଦି ଚରାଇରା ବେଳେ ଏକ ସାଧୁଙ୍କୁ ଭେଟି ଥିଲା। ସେ ତାକୁ କପୋତ ଭରା ଏକ ବ୍ୟାଗ ଦେଲେ ଯାହା କି ସେ ଘରକୁ ଦେଖେ ତ ସେସବୁ ସୁନାର ମୋହର ହୋଇ ଯାଇଥିଲା। ସେ ଧନ୍ୟବାଦ ଦେବାକୁ ଯାଇ ଦେଖେ ତ ସେଠରେ ଏକ ଗୁମ୍ଫା ରହିଥିଲା। ସେବେଠାରୁ ସେଠାରେ ବରଫାକୃତ ଲିଙ୍ଗ ହୋଇ ପୂଜା ପାଉଛନ୍ତି। ତାଙ୍କୁୁ ଅମରନାଥ ବୋଲି କୁହାଯାଉଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁଯାୟୀ ଭଗବାନ ଶିବ, ମାତା ପାର୍ବତୀଙ୍କୁ ଅମର କଥା ଶୁଣାଇଲା ବେଳେ ସେଠାରେ ୨ କପୋତ ଯୋଡ଼ା ବ୍ୟତୀତ କେହି ନ ଥିଲେ। ଆଜି ମଧ୍ୟ ସେମାନେ ସେଠାରେ ଅଛନ୍ତି। ସେଠାରେ ଥିବା ଲିଙ୍ଗ ପାଖରେ ଏକ ପାଣ ଝର ଅଛି ଯାହା କେଉଁ ଠାରୁ ଆସୁଛ କେହି ଜାଣନ୍ତି ନାହିଁ।ସବୁ ଠାରୁ ଆଶ୍ଚର୍ଯ୍ୟ ଜନକ ତଥ୍ୟ ହେଉଛି ଯେ ଏହି ବରଫ ନିର୍ମିତ ଲିଙ୍ଗ ଟାଣ ବରଫ ଅଟେ। ଏହା କିପରି ହେଉଛି କେହି ଜାଣନ୍ତି ନାହିଁ। ପ୍ରଧାନ ଶୈବ ତୀର୍ଥ ସ୍ଥାନ ମଧ୍ୟରୁ ଏହା ପ୍ରମୁଖ ଅଟେ। ଆଉ ୨ ଦିନ ପରେ ଜୁନ୍‍ ୨୮ ରୁ ଅଗଷ୍ଟ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅମରନାଥ୍ରଙ୍କର ଦର୍ଶନ କରିବେ।

Leave A Reply