www.samajalive.in
Monday, December 15, 2025
24.1 C
Bhubaneswar

ଐଶ୍ୱର୍ଯ୍ୟାଙ୍କ ହାତରୁ ଫିଲ୍ମ ପ୍ରୋଜେକ୍ଟ ଛଡ଼ାଇ ନେଲେ ବିପାଶା

ନୂଆଦିଲ୍ଲୀ : ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୧୯୬୪ ମସିହାରେ ମୁକ୍ତିଲାଭ କରିଥିବା ମନୋଜ କୁମାର ଓ ସାଧନାଙ୍କ ସୁପର୍‍ହିଟ୍‍ ଚଳଚ୍ଚିତ୍ର “ୱୋ କୌନ୍‍ ଥି” ର ରିମେକ୍‍ରେ ନଜର ଆସିବାକୁ ଯାଉଥିଲେ। ହେଲେ ଖବର ଅନୁସାରେ ଐଶ୍ୱର୍ଯ୍ୟାଙ୍କ ହାତରୁ ଏହି ଚଳଚ୍ଚିତ୍ର ଚାଲିଯାଇଛି। ତାଙ୍କ ବଦଳରେ ବିପାଶା ବାସୁଙ୍କୁ ନେବା ପାଇଁ ଚର୍ଚ୍ଚା ଚାଲିଛି।
ସୂଚନା ଅନୁସାରେ, ଐଶ୍ୱର୍ଯ୍ୟା “ୱୋ କୌନ୍‍ ଥି” ରିମେକ୍‍ ଛାଡ଼ି ଦେଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ତାଙ୍କ ସ୍ଥାନରେ ବଲିଉଡ଼୍‍ ହରର୍‍ କ୍ୱିନ୍‍ ବିପାଶା ବାସୁଙ୍କୁ ଏହି ଚଳଚ୍ଚିତ୍ରରେ ମୂଖ୍ୟ ଭୂମିକା ଦେଇଛନ୍ତି। ବିପାଶାଙ୍କ ସହ କ୍ରିଅର୍ଜ ଏଣ୍ଟର୍‍ଟେନ୍‍ମେଣ୍ଟ୍‍ ର ପ୍ରଯୋଜକ ଅର୍ଜୁନ ଏନ୍‍. କପୁର ମଧ୍ୟ ଏଥିରେ ମୂଖ୍ୟ ଭୂମିକାରେ ନଜର ଆସିବେ। ତେବେ ବର୍ତ୍ତମାନ ସୁଦ୍ଧା ଏହା ସଠିକ୍‍ ଭାବେ ଜଣାପଡ଼ି ନାହିଁ ଯେ ଏହି ଚଳଚ୍ଚିତ୍ରରୁ ଐଶ୍ୱର୍ଯ୍ୟାଙ୍କୁ କାହିଁକି ବାଦ୍‍ ଦିଆଗଲା। ସୂଚନା ଯୋଗ୍ୟ “ୱୋ କୌନ୍‍ ଥି” ରିମେକ୍‍ ର ସୁଟିଂ କାର୍ଯ୍ୟ ଆସନ୍ତା ମାସ ଠାରୁ ଆରମ୍ଭ ହେବ।
ତେବେ ଐଶ୍ୱର୍ଯ୍ୟା ଖୁବ୍‍ ଶୀଘ୍ର ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ଅନୁରାଗ କଷ୍ୟପଙ୍କ ଚଳଚ୍ଚିତ୍ର “ଗୁଲାବ ଜାମୁନ” ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କର ପୂର୍ବ ଚଳଚ୍ଚିତ୍ର “ଫନେ ଖାଁ” ବକ୍ସ ଅଫିସ୍‍ରେ ଖାସ୍‍ କମାଲ୍‍ ଦେଖାଇ ପାରିନଥିଲା।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories