ମେଟ୍ରୋରେ ଯାତ୍ରା କରୁଛନ୍ତି କୁକ୍
ଲଣ୍ଡନ : ଏଠାରେ ଭାରତ ବିପକ୍ଷରେ ଚାଲିଥିବା ୫ମ ଟେଷ୍ଟ ହେଉଛି ଇଂଲଣ୍ଡ ଓପନର ଆଲଷ୍ଟାୟାର କୁକ୍ଙ୍କ ଜୀବନର ଶେଷ ମ୍ୟାଚ। ଏଥିପାଇଁ ଚଳିତ ଟେଷ୍ଟରେ କୁକ୍ଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଏହି ମ୍ୟାଚ ଖେଳିବାକୁ କୁକ୍ ପ୍ରତିଦିନ ମେଟ୍ରୋ ଟ୍ରେନରେ ଷ୍ଟାଡିୟମକୁ ଯିବାଆସିବା କରୁଥିବା ଘଟଣା କ୍ରିକେଟପ୍ରେମୀଙ୍କୁ ବିସ୍ମିତ କରିଛି। ୧୬୦ଟି ଟେଷ୍ଟ ଖେଳିସାରିଥିବା ଏହି ପୂର୍ବତନ ଅଧିନାୟକଙ୍କ ଯାତାୟାତ ପାଇଁ ନିଶ୍ଚିତ ଭାବେ ଅନ୍ୟ ବ୍ୟବସ୍ଥା କରାଯାଇଛି। ତେବେ ଳଣ୍ଡନ ସହରର ଟ୍ରାଫିକ ସମସ୍ୟାରୁ ମୁକୁଳିବା ପାଇଁ କୁକ୍ ମ୍ୟାଚ ଦିନଗୁଡିକରେ ବାସଭବନରୁ ମେଟ୍ରୋ ଯୋଗେ ଷ୍ଟାଡିୟମ ଯିବାକୁ ଉଚିତ ମଣୁଥିବା ସେ କହିଛନ୍ତି। ଶନିବାର ଦ୍ୱିତୀୟ ଦିନର ଖେଳ ଶେଷ ହେବାପରେ କୁକ୍ ମେଟ୍ରୋ ଟ୍ରେନରେ ଘରକୁ ଫେରିଥିବାବେଳେ ଜେମ୍ସ ଆଣ୍ଡରସନ, ଓଲି ପୋପ୍ ଓ କିଟନ ଜେନିଙ୍ଗ୍ସଙ୍କ ଭଳି ଇଂଲଣ୍ଡ ଦଳର ଅନ୍ୟ ଖେଳାଳି ତାଙ୍କ ସହ ଯାତ୍ରା କରିଥିଲେ। ଟେଷ୍ଟମ୍ୟାଚର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ମେଟ୍ରୋରେ ଚଢିବା ପରେ ଉପସ୍ଥିତ ଯାତ୍ରୀମାନେ କରତାଳି ମାଧ୍ୟରେ ତାଙ୍କୁ ସ୍ୱାଗତ କରିଥିଲେ।