www.samajalive.in
Friday, December 5, 2025
26.1 C
Bhubaneswar

ଆରଡିରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ,୫ଦିନ ହେଲା ୧୫ ଗାଁ ବନ୍ୟା ଘେରରେ

.-ଘର ଦାଣ୍ଡ ଓ ରୋଷଘରେ ଲହଡି ଭାଙ୍ଗୁଛି ବନ୍ୟାପାଣି

.-ବିପନ୍ନଙ୍କୁ ମିଳିଲା ରନ୍ଧାଖାଦ୍ୟ

.-ଗଛମୂଳେ ଚାଲିଛି ରୋଗୀଙ୍କ ଚିକିତ୍ସା

.- ୧୦ଟି ବଦ୍ୟାଳୟ-ଅଙ୍ଗନବାଡି କେନ୍ଦ୍ର ପରିସର ବୁଡି ରହିଛି ବନ୍ୟାପାଣିରେ

.-ମଙ୍ଗଳବାର ବଦ୍ୟାଳୟ ଖୋଲିବା ନେଇ ଆଶଙ୍କା!

ଆରଡି ; ବୈତରଣୀ ନଦୀରେ ବନ୍ୟାଜଳ କମିଥିଲେ ମଧ୍ୟ ଅମାବାସ୍ୟା ଜୁଆର ଯୋଗୁ ସୋମବାର ୪ଟି ସ୍ଥାନରେ ନଦୀବନ୍ଧ ବୁଡି ବନ୍ୟାଜଳ ପ୍ରବେଶ କରୁଛି। ଫଳରେ ଆରଡି ସମେତ ସୁନ୍ଦରପୁର, ଓଳଗ ଓ ନାନ୍ଦପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତ କୈାଣସି ସୁଧାର ଆସି ପାରିନାହିଁ। ଦୀର୍ଘ ୫ଦିନ ହେଲା ୧୫ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିବା ବେଳେ ଉକ୍ତ ଗାଁର ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି। ବିଶେଷକରି ଆରଡି, ମୁଆଁ, ସନ୍ତରା, ଶୀତଳପୁର, ପାଲଟପୁର, ବୋଡକ, ଅମୃତମଣୀ, ପାରଡିଆ, କୋଲିଖା, ନାନ୍ଦପୁର ଆଦି ଗାଁର ତଳିଆ ଅଞ୍ଚଳରେ ଥିବା ଘର ପିଣ୍ଢା ଓ ରୋଷଇଘରେ ବନ୍ୟାଜଳ ଲହଡି ଭାଙ୍ଗୁଥିବାରୁ ବିପନ୍ନମାନେ ନାନା ଦୁର୍ଦଶା ଭୋଗୁଛନ୍ତି। ଅନ୍ୟପଟେ ଆରଡିପୀଠର ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟ ସମେତ ୧୦ଟି ବିଦ୍ୟାଳୟ ପରିସରରେ ୨/୩ଫୁଟ୍‍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମଙ୍ଗଳବାର ବିଦ୍ୟାଳୟ ଖୋଲିବା ନେଇ ଆଶଙ୍କା ଦେଖାଦେଇଛି। ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତାରେ ବନ୍ୟାଜଳ କମିଥିବାରୁ ଗମନାଗମନରେ ସୁଧାର ଆସିଥିବା ବେଳେ ଗତ ୫ଦିନ ହେବ ମୁଆଁ ଘୋଷରା ଓ ସତସଂଘ ଘୋଷରାରେ ବନ୍ୟାଜଳ ୪/୫ଫୁଟ୍‍ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଆରଡିପୀଠରୁ ଯାଜପୁର, ଚାନ୍ଦବାଲି, ମତୋ, ତିହିଡି ଆଦି ସ୍ଥାନକୁ ଯାତାୟତ ଠପ୍‍ ହୋଇଯାଇଛି। ତାହାସହ ଆଖଣ୍ଡଳମଣି-ଯାଜପୁର ରାସ୍ତାର ବୋଡକ ନିକଟରେ ୪୦ଫୁଟ ରାସ୍ତା ଧସି ଯାଇଥିବାରୁ ବନ୍ୟାଜଳ ଜନବସତି ଦେଇ ନିଷ୍କାସିତ ହେଉଛି। ଆରଡିପୀଠର ଆର୍ୟୁବେଦୀକ ଚିକିତ୍ସାଳୟ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଥିବାରୁ ୪ଦିନ ଗଛମୂଳରେ ରୋଗୀମାନଙ୍କର ଚିକିତ୍ସା ଚାଲିଛି। ମୁଆଁ , ସନ୍ତରା ଓ ବୋଡକ ଗାଁ ଅଧିକ ପ୍ରଭାବିତ ହୋଇଥିବାରୁ ଉକ୍ତ ଗାଁରେ ପ୍ରଶାସନ ପକ୍ଷରୁ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଆରଡି ସରପଞ୍ଚ ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories