ଭୋଡ଼ାଫୋନ୍ର ୨୭୯ ଟଙ୍କିଆକୁ ଟକ୍କର ଦେବ ଏୟାରଟେଲର ୨୮୯ ଟଙ୍କିଆ ପ୍ଲାନ୍
ନୂଆଦିଲ୍ଲୀ : ଭୋଡ଼ାଫୋନ୍ର ୨୭୯ ଟଙ୍କିଆ ଦମଦାର ପ୍ରିପେଡ୍ ପ୍ଲାନ୍ର ମୁକାବିଲା ପାଇଁ ଏୟାରଟେଲ୍ ୨୮୯ ଟଙ୍କିଆ ନୂଆ ପ୍ରିକେଡ୍ ପ୍ଲାନ୍ ବଜାରକୁ ଛାଡ଼ିଛି। ଏୟାରଟେଲର ଏହି ନୂଆ ପ୍ଲାନ୍ରେ ଅସୀମିତ ଭଏସ କଲ, ଦୈନିକ ୧୦୦ ଏସ୍ଏମ୍ଏସ୍ ସହ ଦିନକୁ ୪ ଜିବି ଡାଟା ମିଳିବ। ଏହାର ଅବଧି ୮୪ ଦିନ ରହିଛି। ତେବେ ଏୟାରଟେଲ ପୂର୍ବରୁ ଏହି ୨୮୯ ଟଙ୍କିଆ ପ୍ଲାନ୍ ବଜାରକୁ ଛାଡ଼ିଥିଲା, ଏବେ ଅବଧି ଓ ଡାଟା ବଢାଇ ସଂଶୋଧିତ ପ୍ଲାନ୍ ବଜାରକୁ ଛଡ଼ାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖ ଯେ ଭୋଡ଼ାଫୋନ୍ ବଜାରକୁ ଏକ ୨୭୯ ଟଙ୍କିଆ ପ୍ଲାନ୍ ଛାଡ଼ିଛି। ଏଥିରେ ୮୪ ଦିନର ଅବଧି, ଦିନକୁ ୨୫୦ ମିନିଟ୍ ଓ ସପ୍ତାହକୁ ୧୦୦୦ ମିନିଟ୍ ମାଗଣା ଭଏସ୍ କଲ , ଦୈନିକ ୧୦୦ ଏସ୍ଏମ୍ଏସ୍ ଓ ଦିନକୁ ୪ ଜିବି ଡାଟାର ସବୁଧା ଉପଲବ୍ଧ ରହିଛି। ଭୋଡ଼ାଫୋନ୍ର ଏହି ପ୍ଲାନର ମୁକାବିଲା ପାଇଁ ଏୟାରଟେଲ ବଜାରକୁ ଏହି ପ୍ଲାନ୍ ଛାଡ଼ିଛି।
ଏହା ପୂର୍ବରୁ ଏୟାରଟେଲ୍ର ୨୮୯ ଟଙ୍କିଆ ପ୍ଲାନ୍ରେ ୪୮ ଦିନ ପର୍ଯ୍ୟନ୍ତ ଅସୀମିତ କଲ, ଦିନକୁ ୧ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ର ସୁବିଧା ମିଳୁଥିଲା। ଏହି ପ୍ଲାନ୍କୁ ସଂଶୋଧିତ କରି ଏୟାରଟେଲ ୮୪ ଦିନ ଅବଧି, ଦିନକୁ ୪ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ ସୁବିଧା ପ୍ରଦାନ କରିଛି। ଏୟାରଟେଲ୍ର ଏହି ସୁବିଧା ଏବେ କଲକାତା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ କେରଳରେ ଉପଲବ୍ଧ ରହିଛି। ସେହିପରି ଭୋଡ଼ାଫୋନ୍ର ପ୍ଲାନ୍ କର୍ଣ୍ଣାଟକ ଏବଂ ମୁମ୍ବଇରେ ଉପଳବ୍ଧ ରହିଛି। ଖୁବଶୀଘ୍ର ଏହି ଦୁଇ ପ୍ଲାନ୍ ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଇଛି।