ଦିଲ୍ଲୀ ବିମାନ ବନ୍ଦରରେ ମୁହାଁ ମୁହିଁ ଧକ୍କାରୁ ବର୍ତିଲେ ୨ ବିମାନ, ବଞ୍ଚିଗଲେ ୧୦୦ ଜଣ ଯାତ୍ରୀ

0

ନୂଆଦିଲ୍ଲୀ:  ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ ଅଘଟଣ ଟଳିଯାଇଛି ।  ମେ ୩ ତାରିଖରେ ଦୁଇଟି ବିମାନ ମୁହାଁ ମୁହିଁ ଧକ୍କା ହେବାରୁ ବର୍ତ୍ତିଯାଇଛନ୍ତି ।  ଗୋଟିଏ ବିମାନରେ ଏହି ସମୟରେ ୧୦୦ ଜଣ ଯାତ୍ରୀ ରହିଥିଲେ ।  ଗୋଏୟାର ଏକ ବିମାନ ବିମାନ ଅବତରଣ କରିଥିଲା । ଏହ ସମୟରେ ଏକ ଘରୋଇ ବିମାନ ରନ୍‌ ଓ୍ୱେରେ ଯାଉଥିଲା । ମାତ୍ର ଅଳ୍ପ ସେକଣ୍ଡ ମଧ୍ୟରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ରକ୍ଷା ପାଇଯାଇଥିଲେ । ଗୋ ଏୟାର ଲାଇନ୍ସର ପାଇଲଟ୍‌ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ନିର୍ଦେଶକୁ ମାନି ନଥିବା ଅଭିଯୋଗ ହୋଇଛି ।

prayash

ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ଗୋଏୟାର ପାଇଲଟ୍‌ ସେହିଦିନ ଏଟିସିଙ୍କ ନିର୍ଦେଶକୁ ଉଲ୍ଲଘଂନ କରିବା ସହ ଆଗକୁ ମାଡିଯାଇ ଟାକ୍ସି ଲାଇନ ପାର ହୋଇଥିବା ଅଭିଯୋଗ ହୋଇଛି ।

Leave A Reply