www.samajalive.in
Sunday, December 7, 2025
26.1 C
Bhubaneswar

ହଳଦିଆ ନଖରୁ ରକ୍ଷା ପାଇବାର ଘରୋଇ ଉପାୟ

ବହୁତ ଲୋକଙ୍କର ହଳଦିଆ ନଖ ସମସ୍ୟା ରହିଛି। ଏପରି ହେବାର କାରଣ ନେଲପଲିସ। ନଖରେ ଲଗାଉଥିବା ନେଲପଲିସରେ ପିଗମେର୍ଟ ବ୍ୟବହାର କରାଯାଇଥାଏ। ଅଧିକ ଗାଢ ରଙ୍ଗର ନେଲପଲିସ ଲଗାଇବା ଦ୍ବାରା ନଖ ହଳଦିଆ ରଙ୍ଗ ହୋଇଯାଏ। ଏପରି ସମସ୍ୟାରୁ ବର୍ତ୍ତିବା ପାଇଁ ନେଲପଲିସ ଲଗାଇବା ପୂର୍ବରୁ କିଛି ଦିଗ ପ୍ରତି ସଚେତନ ହେବା ଆବଶ୍ୟକ। ଏହାସହ ନଖ ହଳଦିଆ ରଙ୍ଗ ହେବା ପଛରେ ଅନ୍ୟ କାରଣ ମଧ୍ୟ ରହିଛି। ଫଙ୍ଗଲ ଇନଫେକସନ, ଅଧିକ ଧୂମ୍ରପାନ କରିବା ଓ ଜୀବନଶ୍ରେଳୀରେ ପରିବର୍ତ୍ତନ ଯୋଗୁଁ ନଖ ହଳଦିଆ ପଡିଥାଏ। ତେଣୁ କିଛି ଘରୋଇ ଉପାୟ ରହିଛି ଯାହାଦ୍ବାରା ଏପରି ସମସ୍ୟାରୁ ରକ୍ଷା ପାଇପାରିବା। ଆସନ୍ତୁ ଜାଣିବା ସେସବୁ ଉପାୟ କ’ଣ ..

ଲେମ୍ବୁ :

- Advertisement -

ଲେମ୍ବୁରେ ପ୍ରାକୃତିକ ବ୍ଲିଚିଙ୍ଗ ଗୁଣ ରହିଛି। ଏହା ନଖକୁ ହଳଦିଆ ହେବାରୁ ରକ୍ଷା କରିଥାଏ। ତେଣୁ ଏକ ପାତ୍ରରେ ଲେମ୍ବୁ ରସ ନେଇ ସେଥିରେ ନଖକୁ ୧୦-୧୫ମିନିଟ ବୁଡାଇ ରଖନ୍ତୁ। ତାପରେ ନରମ ବ୍ରଶରେ ନଖକୁ ଘସି ଘସି ହଳଦିଆ ଦାଗ ଛଡାନ୍ତୁ। ତାପରେ ଅଳ୍ପ ଉଷୁମ ପାଣିରେ ହାତକୁ ଧୋଇ ଦିଅନ୍ତୁ। ଏବଂ ମଶ୍ଚରାଇଜର ଲଗାନ୍ତୁ। ଏପରି ପ୍ରତି ସପ୍ତାହରେ ଦୁଇ ଥର କରନ୍ତୁ।

ବେକିଙ୍ଗ ସୋଡା :

ବେକିଙ୍ଗ ସୋଡାରେ ବ୍ଲିଚିଙ୍ଗ ଓ ଲକ୍ସଫୋଲିଟିଙ୍ଗ ଗୁଣ ରହିଛି। ଏହା ନଖରୁ ହଳଦିଆ ଦାଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ। ତେଣୁ ଏକ ଚାମଚ ବେକିଙ୍ଗ ସୋଡା, ଅଧ ଚାମଚ ଅଲିଭ ତେଲ ଓ ଏକ ଚାମଚ ଲେମ୍ବୁ ରସ ମିଶାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ଏକ ବ୍ରଶ ସାହାର୍ଯ୍ୟରେ ମିଶ୍ରଣକୁ ନଖରେ ଲଗାନ୍ତୁ। ମିଶ୍ରଣଟିକୁ ଲଗାଇ ୫ମିନିଟ ରଖନ୍ତୁ। ତାପରେ ଉଷୁମ ପାଣିରେ ହାତ ଧୋଇ ଦିଅନ୍ତୁ। ଏପରି ସପ୍ତାହରେ ୨ ଥର କରନ୍ତୁ।

ସିରକା :

ସିରକାରେ ମୈଲିକ ଏସିଡ ଓ ଏସିଟିକ ଏସିଡ ରହିଛି। ଏହା ନଖର ରଙ୍ଗକୁ ଠିକ କରିବାରେ ସାହାର୍ଯ୍ୟରେ କରିଥାଏ। ଏଥିରେ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହା ନଖ ସଂକ୍ରମଣରୁ ରକ୍ଷା କରିଥାଏ। ତେଣୁ ଦେଢ କପ ପାଣିରେ ସିରକାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ନଖକୁ ୨୦ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ମିଶ୍ରଣରୁ ନଖକୁ ବାହାର କରି କିଛି ସମୟ ଶୁଖାନ୍ତୁ। ଏପରି ଦିନକୁ ୨-୩ଥର କରିବା ଉଚିତ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories