www.samajalive.in
Sunday, December 7, 2025
26.1 C
Bhubaneswar

ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଭୁଲ୍‌ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକେ ହୃଦୟ ଜନିତ ସମସ୍ୟା ସହ ହୃଦଘାତର ଶିକାର ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ହୃଦଘାତର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ସମୟରେ କେବଳ ବୟସ୍କ ଲୋକେ ହୃଦଘାତର ଶିକାର ହେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ଯୁବପିଢି ହୃଦଘାତର ଅଧିକ ଶିକାର ହେଉଛନ୍ତି । ତେବେ ହୃଦଘାତ ହେବାର କିଛି ମାସ ପୂର୍ବରୁ ଶରୀରରେ କିଛି ପରିବର୍ତ୍ତନ ସହ ଏହାର ସଙ୍କେତ ମିଳିଥାଏ । ସମୟ ପୂର୍ବରୁ ଏହି ସଙ୍କେତକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଜାଣନ୍ତୁ ହୃଦଘାତ ହେବାର ୩୦ ଦିନ ପୂର୍ବରୁ କେଉଁ କେଉଁ ଲକ୍ଷଣ ଓ ସଙ୍କେତ ମିଳିଥାଏ..

ଛାତିରେ ଯନ୍ତ୍ରଣା..
ହୃଦଘାତ ହେବାର କିଛି ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଛାତି ଭାରି ଭାରି ଅନୁଭବ ହୋଇଥାଏ । ଅନେକ ଥର ହାତ, କାନ୍ଧ, ପାଟିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଆପଣଙ୍କ ଛାତିରେ, କାନ୍ଧରେ ଓ ପାଟିରେ କଷ୍ଟ ଅନୁଭବ ହେଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

- Advertisement -

ଥକ୍କାପଣ ଓ ଦୁର୍ବଳ ଅନୁଭବ-
ହୃଦଘାତ ଆସିବା ପୂର୍ବରୁ ଥକ୍କାପଣ ଓ ଦୁର୍ବଳ ଅଧିକ ଅନୁଭବ ହୋଇଥାଏ । କାମ ନକରି ମଧ୍ୟ ପ୍ରତ୍ୟେକ ସମୟରେ ଥକ୍କାପଣ ଓ ଦୁର୍ବଳ ଲାଗିଲେ ଏହାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ମୁଣ୍ଡ ବୁଲାଇବା- ହୃଦଘାତ ହେବାର ୩୦ ଦିନ ପୂର୍ବରୁ ବାରମ୍ବାର ମୁଣ୍ଡ ବୁଲାଇଥାଏ । ଏଭଳି କି ଚେତାଶୂନ୍ୟ ହେବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଏହି ସମୟରେ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା, ମୁଣ୍ଡ ବିନ୍ଧା ଆଦି ହୋଇଥାଏ ।

ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା- ହୃଦଘାତ ହେବାର କିଛି ଦିନ ପୂର୍ବରୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥାଏ। ଏସବୁ ଲକ୍ଷଣ ଓ ସଙ୍କେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏହି ତାରିଖରେ ଜନ୍ମ ବ୍ୟକ୍ତି ବିଶେଷଙ୍କୁ ହଠାତ୍‌ ଧନୀ କରିଥାନ୍ତି ଶନିଦେବ: ମିଳେ ବିଶେଷ କୃପା, ବଦଳିଯାଏ ଭାଗ୍ୟ..

୩୦ ବର୍ଷ ପରେ.. ଶନିଙ୍କ ସମେତ ଏହି ଶକ୍ତିଶାଳୀ ଗ୍ରହ ଚଳନ; ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌..

ଦେଖନ୍ତୁ ଭିଡିଓ ; ନଦୀରେ ମଜାରେ ଗାଧୋଉଥିଲେ ଯୁବକ, ହାତରେ ଧରି ପକାଇଲେ କୁମ୍ଭୀର, ଆଉ ତା’ପରେ..

ମାଟ୍ରିକ୍‌ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories