www.samajalive.in
Saturday, December 6, 2025
14.1 C
Bhubaneswar

ବର୍ଷା ସାଙ୍ଗକୁ ପବନ, ଖସି ପଡ଼ିଲା ବସଷ୍ଟାଣ୍ଡ ଛାତର ସିଲିଂ

ଫୁଲବାଣୀ :ରବିବାର ସନ୍ଧ୍ୟାରେ ଫୁଲବାଣୀ ସହରରେ ବର୍ଷା ସାଙ୍ଗକୁ ପ୍ରବଳ ପବନ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ପଡ଼ିଛି। ବିଦ୍ୟୁତ ତାର ଉପରେ ଡାଳ ପଡ଼ି ତାର ଛିଡି ଯିବାରୁ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଉପରକୁ ନର୍ଦ୍ଦମା ଜଳ ମାଡି ଆସିଛି। ପବନ ଯୋଗୁଁଁ ସ୍ଥାନୀୟ ବସଷ୍ଟାଣ୍ଡ ଛାତରେ ଲାଗିଥିବା ସିଲିଂର ଅନେକ ଅଂଶ ଖସି ତଳେ ପଡ଼ି ଯାଇଥିଲା। ଫଳରେ ବସକୁ ଅପେକ୍ଷା କରିଥିବା କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଏପଟେ ବିଦ୍ୟୁତ ବିଚ୍ଛିନ୍ନ ହେବା କାରଣରୁ ସମ୍ପୂର୍ଣ୍ଣ ବସଷ୍ଟାଣ୍ଡ ଅଞ୍ଚଳ ଅନ୍ଧାରରେ ରହିଛି। ସୂଚନାଯୋଗ୍ୟ, ଗତ ସରକାର ସମୟରେ ମାତ୍ର କିଛି ମାସ ତଳେ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଫୁଲବାଣୀ ବସଷ୍ଟାଣ୍ଡର ନବୀକରଣ କରାଯାଇଥିଲା। ଅଳ୍ପ କିଛି ଦିନ ମଧ୍ୟରେ ନୂତନ ବସଷ୍ଟାଣ୍ଡର ଏଭଳି ସ୍ଥିତି ନିର୍ମାଣ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ପୂର୍ବରୁ ହିଁ ସାମାନ୍ୟ ବର୍ଷାରେ ପାଣି ଗଳୁଥିବା ବେଳେ ଆଜି ମାତ୍ର ୧୦ ମିନିଟର ବର୍ଷା ପବନରେ ସିଲିଂରେ ଲାଗିଥିବା ଅନେକ ପ୍ଲେଟ ଖସି ପଡ଼ିଛି। ସେହିଭଳି ଫୁଲବାଣୀ ସମେତ ଜିଲାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ଯୋଗୁଁଁ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ଥ ହୋଇପଡ଼ିଥିବା ବେଳେ ରିପୋର୍ଟ ଲେଖାହେବା ସୁଦ୍ଧା ଫୁଲବାଣୀ ସହର ଅନ୍ଧକାରରେ ରହିଥିବାର ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories