ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ପୁଲିସ ପକ୍ଷରୁ ନିଶା ବିରୋଧି ଅଭିଯାନରେ ବିପୁଳ ବିଦେଶୀ ମଦ ଜବତ କରିଛି। ବେଆଇନ ଭାବରେ ବିଦେଶୀ ମଦ ବିକ୍ରି ଅଭିଯୋଗ ମିଳିବା ପରେ ବଡସାହି ଅଞ୍ଚଳରେ ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବଡସାହି ନିବାସୀ କାହ୍ନୁ ବେହେରା (୩୯) ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଧରିବା ପରେ ତାର ଘର ପଛ ପଟରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୮୦ ଲିଟର ବିଭିନ୍ନ ପ୍ରକାରର ବିଦେଶୀ ମଦ ଜବତ କରିଥିଲା। ଏଣୁ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି ବୋଲି କହିଛି।
Popular Categories



