www.samajalive.in
Sunday, December 7, 2025
18.1 C
Bhubaneswar

ସମ୍ବଲପୁର ପୁଲିସ: ଦେଢ଼ ମାସରେ ୩ ଏନକାଉଣ୍ଟର, ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

ସମ୍ବଲପୁର: ସମ୍ବଲପୁର ପୁଲିସ ଦ୍ୱାରା ରବିବାର ଏକ ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉନ୍ଟର କରାଯାଇ ଗୁଳି କରାଯାଇଛି। ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅନ୍ତର୍ଗତ ସରଗିଡିହି ନିବାସୀ ଦୁର୍ଦ୍ଦାନ୍ତ ଅପରାଧି ସୀତାରାମ ଷଡଙ୍ଗୀ (୩୪) କୁ ସମ୍ବଲପୁର ପୁଲିସ ଧରିବାକୁ ଉଦ୍ୟମ କରିବା ସମୟରେ ତା ସହିତ ଗୁଳି ବିନିମୟ ହୋଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ ଓ ହତ୍ୟା ଉଦ୍ୟମ ଆଦି ୨୫ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ସୀତାରାମ ଷଡଙ୍ଗୀ ସମ୍ପର୍କରେ ଖବର ପାଇ ପୁଲିସ ତାକୁ ଧରିବାକୁ ପୁଲିସ ଉଦ୍ୟମ କରିଥିଲା। ତାକୁ ପିଛା କରିବା ସମୟରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ଗ୍ରାମ ନିକଟରେ ଅପରାଧି ପୁଲିସ ନିକଟରୁ ଖସି ଯିବାକୁ ଉଦ୍ୟମ କରି ଏକ ଦେଶୀ ପିସ୍ତଲରୁ ୨ ରାଉଣ୍ଡ ଗୁଳି ଚଳାଇ ଥିଲା।

- Advertisement -

ଏଣୁ ପୁଲିସ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ରୂପେ ପାଲଟା ଗୁଳିଚାଳନା କରିବାରୁ ସୀତାରାମର ବାମ ଗୋଟର ଆଣ୍ଠୁ ତଳକୁ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲା।  ସେ ଆହତ ହେବା ପରେ ପୁଲିସ ତାକୁ ଧରିବାରେ ସଫଳ ହୋଇଥିଲା। ଆହତ ସୀତାରାମକୁ ଚିକିତ୍ସା ପାଇଁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନା ଏବଂ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ଅପରାଧି ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଜୀବନ ଓ ୨ଟି ଖାଲି ଗୁଳି, ଗୋଟିଏ ବାଇକ ଏବଂ ନଗଦ ଏକ ଲକ୍ଷ ଟଙ୍କା  ଟଙ୍କା ଜବତ କରିଛି। ଘଟଣାସ୍ଥଳରେ ସାଇନ୍ଟିଫିକ ଦଳ ସହିତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏ ସମ୍ପର୍କରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ କହିଛନ୍ତି ଯେ, ଏହି ଦୁର୍ଦ୍ଦାନ୍ତ ଅପରାଧି କିଛି ଦିନ ତଳେ ଝାରସୁଗୁଡା ଜେଲରୁ ମୁକୁଳିବା ପରେ ପୁଣି ଏକ ଡକାୟତି ଘଟଣାରେ ସାମିଲ ହୋଇଥିଲା। ଏଣୁ ତାକୁ ଧରିବାକୁ  ଉଦ୍ୟମବେଳେ ପୁଲିସ ଓ ଅପରାଧି ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ଆହତ ହୋଇଛି। ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧିମାନଙ୍କ ବିରୋଧରେ ନିୟମିତ ଅଭିଯାନ ଜାରି ରହିଛି ବୋଲି ଆଇଜି ଶ୍ରୀ ଲାଲ କହିଛନ୍ତି।

ଏହି ଘଟଣାରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି ଯେ, ଜିଲାରେ ଅପରାଧିକୁ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସୁଦୃଢ଼ କରିବା ପାଇଁ ପୁଲିସ ଜିରୋ ଟଲରେନ୍ସ ନିତି ଅବଲମ୍ବନ କରୁଛି।

ସମ୍ବଲପୁର ପୁଲିସ ପକ୍ଷରୁ ବିଗତ ଦେଢ଼ ମାସ ମଧ୍ୟରେ ୩ଟି ଏନକାଉଣ୍ଟର କରାଯାଇଛି। ପ୍ରଥମ ଏନକାଉଣ୍ଟର ଗତ ମାସ ୪ ତାରିଖରେ ଅଇଁଠାପାଲି ଥାନା ଅଞ୍ଚଳର ଲମଡୁଙ୍ଗୁରୀ ନିକଟରେ ସମ୍ବଲପୁର ସମେତ ବିଭିନ୍ନ ଜିଲାରେ ୨୫ରୁ ଊର୍ଦ୍ଧ୍ବ ମାମଲା ରହିଥିବା ଦୁର୍ଦ୍ଦାନ୍ତ ଅପରାଧି ମହେଶ କୁମାର ଶର୍ମା ଓରଫ ଗୁଡ୍ଡୁ (୩୫)କୁ ପୁଲିସ ଏନକାଉନ୍ଟର କରିଥିଲା।

ସେହିଭଳି ଦ୍ୱିତୀୟ ଏନକାଉନ୍ଟର ମାର୍ଚ୍ଚ ୧୧ ତାରିଖରେ ବେଆଇନ ଭାବରେ ଗୋ ଚାଲାଣ କରୁଥିବା ଚାଲାଣକାରୀ ମାନଙ୍କୁ ଧରିବା ସମୟରେ ପୁଲିସ ଏନକାଉଣ୍ଟରରେ ପଶ୍ଚିମବଙ୍ଗ ରାଜ୍ୟର ନିବାସୀ ଏସକେ. ମନ୍ଟୋ ହକିକ (୩୪) ଏବଂ ଏସକେ. ଆରିଫ (୨୨) ଆହତ ହୋଇଥିଲେ। ଆଜିର ଘଟଣାକୁ ମିଶାଇ ସମ୍ବଲପୁର ପୁଲିସ ୩ୟ ଏନକାଉଣ୍ଟର କରି ଅପରାଧିମାନଙ୍କୁ ସୁଧରି ଯିବା ପାଇଁ ସ୍ପଷ୍ଟ ଚେତାବନୀ ଦେଉଥିବାର ପ୍ରତୀତ ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories