www.samajalive.in
Sunday, December 14, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

କଣ୍ଟାବାଞ୍ଜି : ଅନେକ ସମୟରେ କଣ୍ଟାବାଞ୍ଜିରେ ମାରୱାଡ଼ି ଯୁବ ମଞ୍ଚ ବିକାଶ ଶାଖା ଜନ ହିତକର କାର୍ଯ୍ୟ କରିଆସୁଛି। ଜନ ମଙ୍ଗଳ କାର୍ଯ୍ୟରେ ମାରୱାଡ଼ି ଯୁବ ମଞ୍ଚ ସବୁବେଳେ ଆଗରେ। କଣ୍ଟାବାଞ୍ଜିସ୍ଥିତ ଗୁଜରାଟୀ ସମାଜ ଭବନଠାରେ ୨ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଛି। ମାରୱାଡ଼ି ଯୁବ ମଞ୍ଚ ବିକାଶ ଶାଖା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ସହଯୋଗରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ମାରୱାଡି ଯୁବ ମଞ୍ଚ ସେବା କାର୍ଯ୍ୟ ସମାଜ ପାଇଁ ଉଦାହରଣ ବୋଲି କହିବା ସହ ଏହି କୃତ୍ରିମ ଅଙ୍ଗ ଶିବିର ଆୟୋଜନ ପାଇଁ ସଂଗଠନ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟାମ ସିଂହ ସାଲୁଜା ମଧ୍ୟ ବିକଳାଙ୍ଗ ଶିବିର ଆୟୋଜନ ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ମୁମ୍ବଇ ଆୟକର ବିଭାଗ ସହ କମିଶନର ସାରିକା ଜୈନ, ଅଗ୍ରୱାଲ ସଭା ଟ୍ରଷ୍ଟ ସଂପାଦକ ସନ୍ତୋଷ ଅଗ୍ରୱାଲ, ଗୁଜରାଟୀ ସମାଜ ଅଧ୍ୟକ୍ଷ ପ୍ରକାଶ କୁମାର ସୋମୟା, ମାରୱାଡ଼ି ଯୁବ ମଞ୍ଚ ବିକାଶ ଶାଖା ସମ୍ପାଦକ ନବନିତ ଅଗ୍ରୱାଲ, ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରର ବରିଷ୍ଠ ଅଧିକାରୀ ଦିବ୍ୟାଞ୍ଜନା ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ଆଶିଷ ଖଇତାନ ସ୍ବାଗତ ଭାଷଣ ଦେଇଥିବାବେଳେ ମଞ୍ଚ ପରିଚାଳନା ସୁମିତ ଜୈନ କରିଥିଲେ। ଏହି ଶିବିରରେ ୫୫ ଜଣ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ହାତ ଓ ଗୋଡ଼ ଲଗା ଯାଇଥିଲା।

ଏହି ଶିବିରରେ ଆସିଥିବା ସମସ୍ତ ରୋଗୀ ଏବଂ ତାଙ୍କ ସହିତ ଥିବା ଜଣେ ସହଯୋଗୀଙ୍କ ପାଇଁ ରହିବା ଏବଂ ଖାଇବାର ସମସ୍ତ ବ୍ୟବସ୍ଥା ମାରୱାଡ଼ି ଯୁବ ମଞ୍ଚ ତରଫରୁ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଭାପତି ନିଖିଲ ଅଗ୍ରୱାଲ, ସମ୍ପାଦକ ନବନିତ୍ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ମନୀଷ ଜୈନ, ଅନୁପ ଜୈନ, ନାରାୟଣ ଜିନ୍ଦଲ, ବଜରଙ୍ଗ ଅଗ୍ରୱାଲ, କେଲାସ ଜୈନ, ଅର୍ପଣ ଜୈନ, ଆଜାଦ ବଂଶଲ୍, ବିକାଶ ଜୈନ, ଦୀପକ ଜୈନ, ଆକାଶ ଜୈନ, ରାଜେଶ୍ ଅଗ୍ରୱାଲ, ମୟଙ୍କ ଜୈନ, ଆଲୋକ ଗୋୟଲ୍, ଶୁଭମ୍ ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ଆଦିତ୍ୟ ଅଗ୍ରୱାଲ, ହେମନ୍ତ ଅଗ୍ରୱାଲ, ରିଶବ୍ ଅଗ୍ରୱାଲଙ୍କ ସହ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories