www.samajalive.in
Sunday, December 7, 2025
13.1 C
Bhubaneswar

ଜମ୍ମୁ ବିଧାନସଭାରେ ଆକ୍ରମଣକୁ ନିନ୍ଦା, କେନ୍ଦ୍ର ସରକାରଙ୍କ କୂଟନୈତିକ ପଦକ୍ଷେପକୁ ସମର୍ଥନ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅନୁ​‌ଷ୍ଠିତ ହୋଇଯାଇଛି। ପହଲଗାମ୍‌‌ ଆତଙ୍କବାଦୀ ଆକ୍ରମଣକୁ ନେଇ ସ୍ୱତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଗଲା। ସ୍ୱତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଗଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ ପଦକ୍ଷେପକୁ ସମର୍ଥନ ଏବଂ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ସାରା ଭାରତର ନାଗରିକଙ୍କ ସୁରକ୍ଷା ପାଇଁ ନିବେଦନ କରାଯାଇଥିଲା।

ସୋମବାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜମ୍ମୁ ଓ କାଶ୍ମୀର ବିଧାନସଭାର ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

- Advertisement -

ଏହି  ସ୍ୱତନ୍ତ୍ର ଅଧିବେଶନରେ ବାଚସ୍ପତି ଅବଦୁଲ ରହିମ ରାଥର ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ନିରୀହ ପର୍ଯ୍ୟଟକଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଆମେ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ଜଣାଉଛୁ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବର ଏବଂ ଅମାନବୀୟ ଆକ୍ରମଣରେ ଗଭୀର ମର୍ମାହତ ଏବଂ ଦୁଃଖ ପ୍ରକାଶ କରି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories