ଗଞ୍ଜାମ : ଗଞ୍ଜାମ ବ୍ଲକରେ ବର୍ତ୍ତମାନ ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଯାହାକୁ ନେଇ ଲୋକମାନେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକଙ୍କୁ ଅସ୍ତବ୍ୟସ୍ତ ହେବାକୁ ପଡୁଥିବା ବେଳେ ପାନୀୟ ଜଳ ସମସ୍ୟା ଏବେ ବେଡି ଉପରେ କୋରଡ଼ା ସଦୃଶ୍ୟ ହୋଇଛି। ଏହି ସମସ୍ୟା ସମାଧାନ ପାଇଁ ଜିଲ୍ଲାପ୍ରଶାସନ ସହ ନିର୍ବାଚିତ ପ୍ରତିନିଧିମାନଙ୍କ ଦାୟିତ୍ୱ ରହିଛି। ସେମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛିା
ସୂଚନା ଯୋଗ୍ୟ, ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମରେ ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପରୁ ପ୍ରାୟ ମାସେ ହେଲା ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ଖାରି ପାଣି ଯୋଗୁଁ ବନ୍ଦ କରି ଦିଆଯାଇଛି। ଗଞ୍ଜାମ ବ୍ଲକର ୫୫ ଗୋଟି ଗ୍ରାମକୁ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଗ୍ରାମ ଗୁଡିକୁ ପାନୀୟ ଜଳ ଯୋଗାଇବା ନେଇ ବିକଳ୍ପ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି।
ଗଞ୍ଜାମ ବ୍ଲକର ମଲାଡ଼ ପଞ୍ଚାୟତର କୁଶପଲ୍ଲୀ ଗ୍ରାମବାସୀ ଏକ ମାସ ହେଲା ପାନୀୟ ଜଳ ସମସ୍ୟା ପାଇଁ ସମସ୍ୟା ଭୋଗୁଛନ୍ତି। ଫଳରେ ଲୋକମାନେ ହାଣ୍ଡି ମାଠିଆ ଧରି ପ୍ରତିବାଦ କରିଛନ୍ତି। ଉକ୍ତ ଗ୍ରାମରେ ୫ ଶହ ପରିବାର ବସବାସ କରୁଥିବା ବେଳେ ଗାଁରେ ରହିଥିବା ଏକ ପୁରୁଣା କୂଅ ଉପରେ ସମସ୍ତ ପରିବାର ନିର୍ଭର କରିଥାନ୍ତି। ପ୍ରତିଦିନ ଉକ୍ତ କୂଅ ନିକଟରେ ଭିଡ଼ ଜମେ। ଗୋଟିଏ କୂଅ ଉପରେ ଗ୍ରାମବାସୀ ନିର୍ଭର କରୁଥିବାରୁ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ସେହିପରି ପାଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଓଡ଼ିଆରପି କଲୋନୀ ୩୭୫ ପରିବାର, ନୀଳାଦ୍ରିପୁରରେ ମଧ୍ୟ ସମଦଶ। ଭୋଗୁଛନ୍ତି। ପୋଇରାଶି ପଞ୍ଚାୟତର ବଡ଼ଚକଡା ଗ୍ରାମରେ ମଧ୍ୟ ପାନୀୟ ଜଳ ସମସ୍ୟା ରହିଛି। ଏପରିକି ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଲକ୍ଷ୍ୟ କରାଯାଇଛି।
ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍, କିଣିବେ ଘର,ଗାଡି..



