ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ୍ ହେଉଥିବା ଏକ ଭିଡିଓ ଲୋକଙ୍କ ହୋସ୍ ଉଡାଇବା ସହ ଭୟଭୀତ ମଧ୍ୟ କରୁଛି । ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁରର ବୋଲି ଦାବି କରାଯାଉଛି । ଏଠାରେ କିଛି ଲୋକେ ଗରମରୁ ଆଶ୍ୱସ୍ତି ପାଇଁ କୁଲ୍ଫି, ଫାଲୁଦା ଖାଉବାକୁ ଏକ ଦୋକାନରେ ପହଞ୍ଚିଥିଲେ । କିଛି ସାଙ୍ଗ ଏକାଠି ହୋଇ କୁଲଫି ଖାଉଛନ୍ତି ।
ଏହି ସମୟରେ ଏଭଳି କିଛି ଘଟିଥିଲା, ଯାହା ଦେଖି ଭୟଭୀତ ହୋଇଯିବା ସାଧାରଣ କଥା । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି କୁଲ୍ଫି ଖାଉଥିବା ସମୟରେ ତାଙ୍କ କୁଲ୍ଫିରେ ବ୍ଲେଡ୍ ବାହାରିଛି । ବ୍ଲେଡ୍ ଧାର କାରଣରୁ ତାଙ୍କ ଜିଭ ମଧ୍ୟ କଟି ଯାଇଥିବା ଜଣାପଡିଛି । କୁଲ୍ଫିରେ ଭିତରେ ବ୍ଲେଡ୍ ମଧ୍ୟ ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।
ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍, କିଣିବେ ଘର,ଗାଡି..



