www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ଖସିଲା ସିଲିଂ, ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ଡାକ୍ତର

ବୈଶିଙ୍ଗା: କାଳବୈଶାଖି ଘଡ଼ଘଡ଼ି ଓ ପବନ ବର୍ଷା ଯୋଗୁ ବୈଶିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତର ସିଲିଂ ଖସିପଡ଼ି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଛାତରୁ ସିଲିଂ ଖସି ପଡ଼ିବାବେଳେ ସ୍ବାସ୍ଥ୍ୟାକେନ୍ଦ୍ରର ମୁଖ୍ୟ ଡାକ୍ତର ବିକାଶ ନାଏକ ତାଙ୍କ ସିଟରେ ବସିଥିଲେ। ଡାକ୍ତର ବିକାଶ ନାଏକ ନିଜ ସିଟରେ ବସିଥିବାବେଳେ ତାଙ୍କ ଉପରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର ଛାତ ସିଲିଂ ଖସିବା ଆରମ୍ଭ ହୋଇଥିଲା। ଛାତରୁ ସିଲିଂ ଖସୁଥିବା ସମୟରେ  ଡାକ୍ତର ବିକାଶ ନିଜେ ବସିଥିବା ସିଟରୁ ଉଠି ଜୀବନ ବିକଳରେ ଅନ୍ୟ ସ୍ଥାନକୁ ଦୌଡ଼ି ପଳାଇ ଯାଇଥିବାରୁ ଏକ ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

- Advertisement -

ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ପବନ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି। ଡା. ବିକାଶ ନାଏକ ତାଙ୍କ ସିଟରେ ରୋଗୀ ଦେଖିବାକୁ ବସିଥିବାବେଳେ ହଠାତ କାଳବୈଶାଖୀ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଥିଲା।  ଏହାସହିତ ବିଜୁଳି ଘଡଘଡି ସହିତ ଜୋରରେ ପବନ ବହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା। ଫଳରେ ଡା. ବିକାଶ ନିଜ କ୍ୱାର୍ଟରକୁ ଯାଇନପାରି ଡାକ୍ତରଖାନାରେ ତାଙ୍କ ସିଟରେ ବସି ରହିଥିଲେ। ସେହି ସମୟରେ ତାଙ୍କ ଉପରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରର ସିଲିଂ ଖସିପଡ଼ିଥିଲା। ତେବେ ଡାକ୍ତର ବିକାଶ ସେଠାରୁ ଉଠି ଅନ୍ୟ ସ୍ଥାନକୁ ତୁରନ୍ତ ଚାଲିଯିବାରୁ ତାଙ୍କର କୌଣସି କ୍ଷତି ହୋଇନଥିଲା। ତେବେ ଡା.ବିକାଶ ନାଏକଙ୍କ ଚାମ୍ବରରେ ସିଲିଂ ବିଛାଡ଼ି ହୋଇପଡ଼ିଥିଲା। ଏହା ସହିତ ସ୍ବାସ୍ଥ୍ୟକେନ୍ଦ୍ରରେ ଛାତରୁ ସିଲିଂ ଖସି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁଯାୟୀ ବାରମ୍ବାର ସ୍ଥାନୀୟ ଲୋକଙ୍କ ଅନୁରୋଧ, ସ୍ଥାନୀୟ ଜନପ୍ରତିନିଧିଙ୍କ ପ୍ରତିଶ୍ରୁତି ପରେ ବି ୧୦୦ବର୍ଷ ପୁରୁଣା ଏହି ବୈଶିଙ୍ଗା ଡାକ୍ତରଖାନାର ଅବସ୍ଥା ସୁଧୁରୁନାହିଁ। ଏହିଳି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories