www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରମ କାର୍ଡ ବାଣ୍ଟିଲେ ତେଲକୋଇ ବିଧାୟକ

କେନ୍ଦୁଝରଗଡ଼ : ସର୍କିଟହାଉସଠାରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ଦ୍ୱାରା ଶ୍ରମ କାର୍ଡ ବଣ୍ଟନ କରାଯାଇଥିଲା । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ଶ୍ରମ କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ । ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ । ଏହି ଲେବର କାର୍ଡ ପାଇବା ଦ୍ୱାରା ସେମାନେ ଖୁସି ପ୍ରକଟ କରିଥିଲେ ଓ ଏଥିରେ ଆବଶ୍ୟକ ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ । ଉପସ୍ଥିତ ସ୍ୱତନ୍ତ୍ର ଅଭିଯୋଗ ଅଧିକାରୀ ଶରତ ଚନ୍ଦ୍ର ବାରିକ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ ପାଇବା ସମ୍ପର୍କରେ ବୁଝାଇଥିଲେ । ଏହି ଲେବର କାର୍ଡ ପାଇବା ଦ୍ୱାରା ସେମାନେ ବିଧାୟକ ଡାକ୍ତର ଫକୀର ନାଏକ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି । ଏହି କାର୍ଡ ବିତରଣ କାର୍ଯ୍ୟକ୍ରମରେ ଜିଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ସହକାରୀ ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଡମ୍ବରୁଧର ମହାନ୍ତ ଉପସ୍ଥିତ ଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories