www.samajalive.in
Thursday, December 11, 2025
18.1 C
Bhubaneswar

ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ

ରାଇକିଆ : ରାଇକିଆ ପଞ୍ଚାୟତରେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହୋଇଛି। ମିନି ମେଗା ପ୍ରକଳ୍ପ ପାନୀୟ ଜଳ ଯୋଗାଣର ଆଜି ସରପଞ୍ଚ ଗୀତାଞ୍ଜଳୀ ନାୟକ ଶୁଭାରମ୍ଭ କରିଥିଲେ। ନାୟବ ସରପଞ୍ଚ ନିଥୟଲ ନାୟକ, ସାନ ଦିଗାଳ, ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ କାଲୁମାହା ,ସରୁନାଜ ଗ୍ରାମରେ ପାନୀୟ ଯୋଗାଣ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଖରା ଦିନେ ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା । ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭରୁ ରାଇକିଆ ପଞ୍ଚାୟତ କେଉଁ କେଉଁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇ ଥିବା ସ୍ଥାନ ତଦରଖ କରି ପାଇପ୍ ବିଛାଇବାରେ ସହଯୋଗ କରି ପାଇପ୍ ଟେପ୍ ଷ୍ଟାଣ୍ଡ ସ୍ଥାନ ଚିହ୍ନଟ କରିଥିଲେ। ପଞ୍ଚାୟତ ପ୍ରକଳ୍ପର ଦାୟିତ୍ୱ ଓ ସହଯୋଗରେ କାର୍ଯ୍ୟ ସବୁ ଚାଲୁରହିଛି। ପଞ୍ଚାୟତ ଏବେ ଏହି ଜଳ ସମସ୍ୟାରୁ ଦୂର କରି ଥିବାରୁ ସରପଞ୍ଚଙ୍କୁ ଧନ୍ୟବାଦ ଗ୍ରାମବାସୀ ଜଣାଇଛନ୍ତି। ଆଉ କିଛି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଗାମୀ ଦିନରେ ପଞ୍ଚାୟତର ଅନ୍ୟାନ୍ୟ ଓ୍ବାଡରେ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories