www.samajalive.in
Saturday, December 13, 2025
27.1 C
Bhubaneswar

୧୧ତମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉଦ୍ଘାଟିତ

ଭବାନୀପାଟଣା : ସ୍ଥାନୀୟ ବିକାଶ ୱିଜଡମ୍ ପାର୍କରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜି ୧୧ତମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉଦ୍ଘାଟିତ ହୋଇଛି। ଭାରତରେ ଅବସ୍ଥାପିତ ୪ଟି ଦେଶର ଦୂତାବାସର କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ସଦର ଏସଡିପିଓ ଆଜିଙ୍କ୍ୟାମାନେ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ବିଦେଶୀ ଅତିଥିଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ନଡ଼ିଆ ଏବଂ ପୁଷ୍ପମାଲ୍ୟ ଦେଇ ପାରମ୍ପରିକ ଶୈଳୀରେ ସ୍ଵାଗତ କରାଯାଇଥିଲା। ପରେ ବିକାଶ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ଥାନୀୟ ତଥା  ଦେଶର ବିଭିନ୍ନ ପ୍ରାନ୍ତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସଭାରେ ଉଦବୋଧନ ଦେଇ ନୈତିକତା ଭିତ୍ତିକ ଶିଶୁ ଚଳଚ୍ଚିତ୍ର ଦେଖିବା ଏବଂ ଚଳଚ୍ଚିତ୍ରର ବାର୍ତ୍ତାକୁ ଭବିଷ୍ୟତରେ କାର୍ଯ୍ୟରେ ଲଗାଇବାକୁ ଅତିଥି ମାନେ ପିଲାଙ୍କୁ ପରାମର୍ଶ ଦେଇଥିଲେ। ଗତ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ବିକାଶ ସ୍କୁଲର ୨ ଛାତ୍ରୀ ଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ତିନିଦିନ ବ୍ୟାପୀ ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିନରେ ଆଜି, ବୟସ ଅନୁପାତରେ ୧୦ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ ତିନୋଟି ଅଡିଟରୀୟମରେ ୯ ଟି ଇଂରାଜୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥି ସହିତ ସନ୍ଧ୍ୟାରେ ଅଭିଭାବକ ମାନଙ୍କ ପାଇଁ ମଧ୍ୟ ଏକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ ଅବସରରେ ସିଫସିର ଉତ୍ସବ ନିର୍ଦ୍ଦେଶକ ତଥା ଖ୍ୟାତନାମା ଶିଶୁ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, ଭାରତରେ ଅବସ୍ଥାପିତ ଜର୍ଜିଆ ଦୂତାବାସର ସିନିୟର କାଉନସିଲର ଆନା ଡୋବୋରଜଗନିଡଜେ, ଲିଥୁଆନିଆ ଦୂତାବାସର ପ୍ରଥମ ସଚିବ ରସା ଓଜିୟୁନାଏଟ୍, ୟୁକ୍ରେନ ଦୂତାବାସର ଭୋଲୋଡିମିର ପ୍ରିଟୁଲା ଏବଂ ମିସ୍ ଲିସିଆ, ପରପଲ୍ ପିପୁଲ ଲେବ୍ସର ପ୍ରତିଷ୍ଠାତା ଶ୍ୱେତା ପାରଖ, ସିଫସିର କର୍ମକର୍ତ୍ତା ଆର୍ୟମାନ ପାଢୀ ଏବଂ ନିଲେଶ ପାଣ୍ଡେ, ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡି. ନାଗେଶ୍ୱର ରାଓ, ଡି.ଶ୍ୟାମ ଏବଂ ରାମ କୁମାର, ଏକାଡେମିକ୍ ଇନଚାର୍ଜ ଶ୍ରୀମତୀ ବିଜୟା ଏବଂ ପରିଚାଳନା ସଦସ୍ୟା ଡି. ପଦ୍ମିନୀ ପ୍ରମୁଖ ଯୋଗ ଦେଇଥିଲେ।

- Advertisement -

ଆସନ୍ତାକାଲି ଉତ୍ସବର ଦ୍ଵିତୀୟ ଦିନରେ ଚଳଚ୍ଚିତ୍ର ପ୍ରଦର୍ଶନ ସହିତ ଚଳଚ୍ଚିତ୍ର କର୍ମଶାଳା ଆୟୋଜିତ ହେବ। ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ପିଲାଙ୍କୁ ତାଲିମ ଦିଆଯିବା ସାଙ୍ଗକୁ ସେମାନଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ କର୍ମଶାଳାରେ ପ୍ରୋତ୍ସାହିତ କରାଯିବ। ଏହି କର୍ମଶାଳାରେ ପଶ୍ଚିମବଙ୍ଗ, ଭୁବନେଶ୍ୱର ବିଶେଷଜ୍ଞ ଏବଂ ନାମୀ ଶିଶୁ ଚଳଚ୍ଚିତ୍ର ନିର୍ମାତା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories