www.samajalive.in
Sunday, December 14, 2025
23.1 C
Bhubaneswar

ସ୍କୁଟିକୁ ଧକ୍କା ଦେଲା ବାଇକ , ସ୍କୁଟି ଚାଳକ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ହଳଦିଆ ପଦର ଜାତୀୟ ରାଜପଥର ସର୍ଭିସ ରୋଡ଼ରେ ମୋଟରସାଇକେଲ ଓ ସ୍କୁଟି ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଚାଳକଙ୍କ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବି. ନୂଆଗାଁ ଅଞ୍ଚଳ ଆଲୋକ କୁମାର ସାହୁ ବୋଲି ଜଣାପଡିଛି।
ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଆଲୋକ ଶନିବାର ରାତି ସାଢେ ୧୧ ଟା ସମୟରେ କୌଣସି ଏକ କାମରେ ସ୍କୁଟି ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ହଳଦିଆପଦର ସର୍ଭିସ ରୋଡ଼ରେ ସାମ୍ନାପଟୁ ଏକ ମୋଟରସାଇକେଲ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଆଲୋକ ଗୁରୁତର ଆହତ ହୋଇଥିଲେ।  ସ୍ଥାନୀୟ ଲୋକ ଆହତ ଆଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ଵାରା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ନେଇ ମୃତ ଆଲୋକଙ୍କ ଭାଇ ଦୀପକ କୁମାର ସାହୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ ୧୫୨/୨୫  ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରି ତଦନ୍ତ ଚଳେଇଥିବା ତଦନ୍ତ ଅଧିକାରୀ କୃତିବାସ ସାହୁ ସୂଚନା ଦେଇଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories