www.samajalive.in
Sunday, December 14, 2025
19.1 C
Bhubaneswar

ଜୀବନ ସଂଘର୍ଷ ପକ୍ଷରୁ ଜଳଦାନ ସେବା

ଆଠଗଡ : ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାଉଁଶଦଣ୍ଡା ଗ୍ରାମରେ ମା ହିଙ୍ଗୁଳାଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଓ ଯାତ୍ରା ଅବସରରେ ଜଳଦାନ ସେବା ଯୋଗାଇ ଦିଆଯାଇଛି। କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବାଉଁଶଦଣ୍ଡା ଗ୍ରାମରେ ଶନିବାର ଅନୁଷ୍ଠିତ ମା’ ହିଙ୍ଗୁଳାଙ୍କ ଯଜ୍ଞ ଓ ଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରବଳ ଖରା ଓ ଗ୍ରାମକୁ ଦୃଷ୍ଟିରେ ରଖି ମେଘା ପଞ୍ଚାୟତର ସ୍ୱେଚ୍ଛାସେବୀ ସଂଗଠନ ଜୀବନ ସଂଘର୍ଷ ପକ୍ଷରୁ ଏକ ଜଳଛତ୍ର ଖୋଲାଯାଇ ତୃଷାର୍ତ୍ତ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ଜଳ ବଣ୍ଟନ କରାଯାଇଥିଲା। ଏହି ଜଳଦାନ କେନ୍ଦ୍ରକୁ ଜିଲ୍ଲା ପରିଷଦ ସଭ୍ଯ ବଳଭଦ୍ର ବାଘ ଉଦଘାଟନ କରିଥିଲେ । ଶ୍ରୀ ବାଘଙ୍କ ସମେତ ଉପସ୍ଥିତ ଶିକ୍ଷାବିତ ରାଜକିଶୋର ପଣ୍ଡାଙ୍କ ସମେତ ଅନ୍ଯମାନେ ଜୀବନ ସଂଘର୍ଷ ଅନୁଷ୍ଠାନର ଏଭଳି ଜନସେବାର ପ୍ରଶଂସା କରିଥିଲେ।  ସଂଗଠନର ସଭାପତି ସମାଜସେବୀ ନିର୍ମଳ କୁମାର ଏହି ପ୍ରଚଣ୍ଡ ରୌଦ୍ରତାପ ସମୟରେ ମଣିଷଙ୍କ ବ୍ଯତୀତ ପଶୁପକ୍ଷୀଙ୍କ ତୃଷାର୍ତ୍ତ ମେଣ୍ଟାଇବା ଲାଗି ସମସ୍ତେ ନିଜ ନିଜ ଘର ନିକଟରେ ପାତ୍ରରେ ଜଳ ରଖିବାକୁ ନିବେଦନ କରିଥିଲେ । ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ଅଶୋକ ମାର୍ଥା ଓ ମହେନ୍ଦ୍ର ରାଉତ ପ୍ରମୁଖ ଏହି ମହତ୍ କାର୍ଯ୍ଯରେ ସହଯୋଗ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories