www.samajalive.in
Sunday, December 14, 2025
26.1 C
Bhubaneswar

ସଁପୁର ଗ୍ରାମରୁ ଚିତ୍ରା ହରିଣ ଉଦ୍ଧାର

ପିପିଲି :ପିପିଲି ଥାନା ଅନ୍ତର୍ଗତ ସଁପୁର ଗ୍ରାମରୁ ରବିବାର ସକାଳେ ଏକ ଅଣ୍ଡିରା ଚିତ୍ରା ହରିଣକୁ ଉଦ୍ଧାର କରାଯାଇଛି। ହରିଣଟି ଗ୍ରାମ ନିକଟ ଧାନ କ୍ଷେତରେ ଏଣେ ତେଣେ ବୁଲୁଥିବା ବେଳେ କେତେକ ବୁଲା କୁକୁର ତାକୁ ଆକ୍ରମଣ କରିବା ପାଇଁ ଗୋଡାଉଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା।

ଗ୍ରାମର କେତେକ ଯୁବକମାନେ ବିନା ଆଘାତରେ ହରିଣଟିକୁ କାବୁ କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବାଳକାଟୀ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ôଚ ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ତା’ର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇଥିଲେ। ପରେ ଉକ୍ତ ହରିଣଟିକୁ ଭଁଅରା ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିବା ସଂପର୍କରେ ବାଳକାଟୀ ରେଞ୍ଜ ଅଫିସର ରେଶମା ପରିଡ଼ା ସୂଚନା ଦେଇଛନ୍ତି। ଖାଦ୍ୟ ଓ ପାଣି ଅନ୍ୱେଷଣରେ ଉକ୍ତ ହରିଣଟି ବାଲୁଖଣ୍ଡ ଜଙ୍ଗଲ ଅଞ୍ଚଳରୁ ଏଠାକୁ ଚାଲି ଆସିଥିବା କୁହାଯାଉଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories