www.samajalive.in
Sunday, December 14, 2025
23.1 C
Bhubaneswar

ନିୟମଗିରି ପାହାଡ ଅଞ୍ଚଳରେ ତିନି ଶହୀଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସହିଦ ସ୍ତମ୍ବ ସ୍ଥାପନ 

କଲ୍ୟାଣସିଂହପୁର : ନିୟମଗିରି ପାହାଡ ଅଞ୍ଚଳରେ ତିନି ଶହୀଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସହୀଦ୍ ସ୍ତମ୍ବ ସ୍ଥାପନ ହୋଇଛି ।  ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତର ନିୟମଗିରି ପାହାଡ ଅଞ୍ଚଳ ଲାଖପଦର ଗାଁରେ ସହୀଦ୍ ବିର୍ଷମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସହିତ ସ୍ଥାନୀୟ ଦୁଇ ଜଣ ମୃତକ ବାରି ପିଡ଼ିକାକା ଓ ଶୁକ୍ରୁ ମାଝୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ ହୋଇଯାଇଛି। ନିୟମଗିରିରେ ଜଙ୍ଗଲ, ଜମି ଓ ପାଣି ପାଇଁ ସଂଗ୍ରାମ ଓ ଲଢ଼େଇ କରୁଥିବା ସଂଗ୍ରାମୀଙ୍କୁ ମାଓବାଦୀ କହି ପ୍ରଶାସନ ଧରିକି ଜେଲରେ ଭର୍ତ୍ତି କରୁଥିଲେ । ତଥାପି ସଂଗ୍ରାମ ଜାରି ରଖିଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ମନେ ରଖିବା ପାଇଁ ଆଜି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ବାରି ପିଡ଼ିକାଙ୍କୁ ମୁନିଗୁଡା ପୋଲିସ ଧରି ଜେଲରେ ଭର୍ତ୍ତି କରିଥିଲା । ସେହି ସମୟରେ ତାଙ୍କର ଦେହ ଅସୁସ୍ଥ ଥିଲା ଚିକିତ୍ସା କରିବୁ କହିଥିଲେ କିନ୍ତୁ କିଛି କଲେନାହିଁ । ଦୁଇ ବର୍ଷ ପୂର୍ବେ ବିଷମକଟକ ଜେଲରେ ମୃତ୍ୟୁ ହୋଇଥିଲା । ସେହିପରି ଆଉ ଜଣେ ସଂଗ୍ରାମୀ ସୁକୃମାଝିଙ୍କୁ ଗାଡ଼ି ଲଗେଇ ମାରିଦେଇଥିଲେ ସେ ବେଦାନ୍ତ ବିରୋଧରେ (ଲୋଡୁ)ଲଢ଼ି ଆସୁଥିଲେ । ଏଣୁ ସଂଗ୍ରାମୀ ବିର୍ଷାମୁଣ୍ଡା,ବାରି ପିଡିକାକା ଓ ସୁକ୍ରୁ ମାଝିଙ୍କୁ ମନେ ରଖିବା ପାଇଁ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ସହିଦ ସ୍ତମ୍ବ ସ୍ଥାପନ କରାଯାଇଛି ବୋଲି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ଶିକକା କହିଛନ୍ତି। ଡଙ୍ଗରିଆ ପରମ୍ପରା କ୍ରମେ   ଡୁମା ସ୍ଥାପନା ସ୍ଥାନରେ  ୧୨ ତାରିଖ ସଂଧ୍ୟାରେ  ନାଚଗୀତରେ ଆଜି ସକାଳ ୧୦ଟାରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା , ଦଧି ପୁଷିକା ଓ କୁଣଜୀ କୁଟ୍ରୁକା  ଅତିଥି ଭାବେ ରହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଜନମଞ୍ଚ ସୁରକ୍ଷା  ଆବାହକ ଦଣ୍ଡପାଣି ମହାନ୍ତି, ପଶ୍ଚିମବଙ୍ଗ ମାନବ ଅଧିକାର କର୍ମୀ ବାବୁସିଂ ରଏ,କଳିଙ୍ଗ ନଗରର ଆନ୍ଦୋଳନ ନେତ୍ରୀ ସିନି ସଏ , ଗନ୍ଧମାର୍ଦ୍ଧନ, ଖଣ୍ଡୁଆଳମାଳ, ସିଜିମାଳି ଅଞ୍ଚଳର ପ୍ରମୁଖ ନେତା ମାନେ ଯୋଗ ଦେଇଥିଲେ। ନିୟମଗିରି ପାହାଡ ର ୧୧୨ଖଣ୍ଡ ପଦରର ଡଙ୍ଗରିଆ କନ୍ଧ ମାନେ ନିଜ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ରହିଥିଲେ । ଆଦିବାସୀଙ୍କ ପାଇଁ ଲଢେଇ କରି ସହୀଦ ହୋଇଥିବା ବିର୍ସା ମୁଣ୍ଡା ,ବାରି ପିଡକାକା ଓ ଶୁକ୍ରୁ ମାଝୀଙ୍କ  ସ୍ଥାପିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଜୟ ଧରଣୀପେନୁ , ଜୟ ନିୟମରଜା ସ୍ଲୋଗାନ ଦେଇ ତାଙ୍କ କାର୍ଯ୍ୟକୁ ଅନୁସରଣ କରି ଚାଲିବା ପାଇଁ ସଂକଳ୍ପ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories