www.samajalive.in
Sunday, December 14, 2025
18.1 C
Bhubaneswar

ଧାନକୁଟାରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ

ଧାମରା :କରଞ୍ଜମାଳ ପଞ୍ଚାୟତ ଅଧିନସ୍ଥ ଧାନକୁଟା ଗ୍ରାମରେ ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ ଅଷ୍ଟପ୍ରହରୀ ନାମଯଜ୍ଞ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ୧୦୮ ସଧବା ନାରୀ କପିଳମୁନୀ ସରୋବରରୁ କଳସ ଆଣି ପ୍ରତିଷ୍ଠା ପରେ ଶୁଭାଧିବାସ, ମନ୍ଦିର ପ୍ରତିଷ୍ଠା, ଯଜ୍ଞ ପରେ ପୁଣ୍ୟବ୍ରହ୍ମ ଓ ଦେବୀଙ୍କର ମନ୍ଦିର ପ୍ରବେଶ ଓ ନାମଯଜ୍ଞ ଆଦି କାର୍ଯ୍ୟକ୍ରମ ବ୍ରାହ୍ମଣ ମାନଙ୍କର ବେଦପାଠ ଏବଂ ଯାଗଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ କରଞ୍ଜମାଳ ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରସାଦ ସେବନ କରିବା ସହ ମାତୃକୃପା ଲାଭ କରିଥିଲେ।

ଦୀର୍ଘ ୫ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମରେ ସମାଜସେବୀ ରମେଶ ନାୟକ, ହୃଶିକେଶ ମଣ୍ଡଳ, ଅଶ୍ୱିନୀ ନାୟକ, ପଦ୍ମଲୋଚନା ଦାସ, ଅଜାତ ଶତ୍ରୁ ଦାସ,  ଶ୍ରୀପତି ଦାସ, କାର୍ତିକ ଦିନ୍ଦା, ଭାଗିରଥି ପଣ୍ଡିତ, ଶୁଭ୍ରଜିତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଧାନକୁଟା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଏହି ମନ୍ଦିର ପୂର୍ଣାଙ୍ଗ ଏବଂ ମା’ ମଙ୍ଗଳାଙ୍କର ମନ୍ଦିର ପ୍ରବେଶ କାର୍ଯକ୍ରମ ଶୃଙ୍ଖଳା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories