ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ଥାନା ନିକଟରେ ପୁରୁଣା ଡାକ ବଙ୍ଗଳା ପରିସରରେ ବଡ଼ପାଟଣା ପଞ୍ଚାୟତ ପକ୍ଷରୁ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ଦୀର୍ଘ ୩ବର୍ଷ ରୁ ଉର୍ଦ୍ଧ୍ବ ହେବ ଏହି ଶୌଚାଳୟ କିଛି ନା କିଛି ବାହାନାରେ କାର୍ଯ୍ୟକ୍ଷମ କରାଯାଉନାହିଁ। ଯାହାଫଳରେ ଶୌଚାଳୟଟି ବ୍ଲକ ମୁଖ୍ୟାଳୟକୁ ଯାତାୟାତ କରୁଥିବା ଅଞ୍ଚଳର ଲୋକ ଅଥବା ସାଧାରଣ ଯାତ୍ରୀ ଓ ବଜାର ଅଞ୍ଚଳ ବାସୀଙ୍କ ସେବାରେ ଲାଗି ପାରୁନାହିଁ। ଏଭଳି ସ୍ଥିତିରେ ଗତ ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ଏକ ବଡ଼ ଗଛ ଏହି ଶୌଚାଳୟ ଉପରେ ପଡିବାରୁ ଏହାର କାନ୍ଥ ଇତ୍ୟାଦି ଫାଟିଯିବା ସହ କ୍ଷୟ କ୍ଷତି ମଧ୍ୟ ହୋଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ, ଗଭୀର ନଳକୂପ ଖନନ ଆଦି କେଉଁ କାମକୁ ବୋଲି ସାଧାରଣରେ ଅଭିଯୋଗ ହେଉଛି।
Popular Categories



